ଜୀବନଚର୍ଯ୍ୟା

Life mantra: ଜୀବନ-ମନ୍ତ୍ର: ଏକାଦଶୀର ନାଆଁ ପାପମୋଚନୀ

ଚୈତ୍ରମାସ କୃ‌ଷ୍ଣପକ୍ଷ ଏକାଦଶୀର ନାମ ‘ପାପମୋଚନୀ’ ଏକାଦଶୀ। ‘ପଦ୍ମପୁରାଣ’ ଅନୁସାରେ, ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ତାଙ୍କୁ ଏହାର ମାହାତ୍ମ୍ୟ କହିଛନ୍ତି। ସେ କହିଛନ୍ତି- ଏକଦା ଚକ୍ରବର୍ତ୍ତୀ ରାଜା ମାନ୍ଧାତାଙ୍କୁ ମହର୍ଷି ଲୋମଶ ଏହା କହିଥିଲେ। ତାଙ୍କ ଅନୁସାରେ....

ଚୈତ୍ରମାସ କୃ‌ଷ୍ଣପକ୍ଷ ଏକାଦଶୀର ନାମ ‘ପାପମୋଚନୀ’ ଏକାଦଶୀ। ‘ପଦ୍ମପୁରାଣ’ ଅନୁସାରେ, ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ତାଙ୍କୁ ଏହାର ମାହାତ୍ମ୍ୟ କହିଛନ୍ତି। ସେ କହିଛନ୍ତି- ଏକଦା ଚକ୍ରବର୍ତ୍ତୀ ରାଜା ମାନ୍ଧାତାଙ୍କୁ ମହର୍ଷି ଲୋମଶ ଏହା କହିଥିଲେ। ତାଙ୍କ ଅନୁସାରେ, ଏହି ‌ଏକାଦଶୀ ପିଶାଚତ୍ବର ବିନାଶ କରି, କାମନାର ପୂରଣ କରେ ଓ ସିଦ୍ଧି ଦିଏ। ଏହି ଏକାଦଶୀ କଥା ଅନୁସାରେ–ଏକଦା ସୁନ୍ଦର ଚୈତ୍ର ବନରେ ଗନ୍ଧର୍ବକନ୍ୟା ଓ କିନ୍ନରମାନେ ନୃତ୍ୟବାଦ୍ୟ ସହିତ କ୍ରୀଡ଼ା କରୁଥିଲେ। ଇନ୍ଦ୍ରା‌ଦି ଦେବଗଣ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତାହା ଥିଲା ମୁନିମାନଙ୍କର ତପୋଭୂମି। ମେଧାବୀ ନାମକ ଜଣେ ବ୍ରହ୍ମଚାରୀ ମୁନି ତାଙ୍କ ମଧ୍ୟରେ ଥିଲେ। ଅପ୍‌ସରା କନ୍ୟାମାନେ ତାଙ୍କୁ ମୋହିତ କରିବାକୁ ଉଦ୍ୟମ କଲେ। ବିଶେଷ କରି ମଞ୍ଜୁଘୋଷା ନାମ୍ନୀ ଏକ ଅପ୍‌ସରା ତାଙ୍କ ପ୍ରତି ଅତ୍ୟନ୍ତ ଆକୃଷ୍ଟା ହେଲେ।

ମେଧାବୀ ଥିଲେ ନବଯୁବକ ଓ କାମଦେବଙ୍କ ପରି ସୁନ୍ଦର। ମଞ୍ଜୁଘୋଷା ହାତର କଙ୍କଣ  ଓ ପାଦର ନୁପୂର ବଜାଇ ମୃଦୁ ମଧୁର ସ୍ବରରେ ଗୀତଗାଇ ତାଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କଲେ। ଅଙ୍ଗଭଙ୍ଗୀ ଓ କଟାକ୍ଷରେ ମେଧାବୀଙ୍କୁ ମୋହିତ କଲେ। ମେଧାବୀ ମଧ୍ୟ କାମାସକ୍ତ ହୋଇ ତାଙ୍କ ସହ ମିଳିତ ହେଲେ। କିଛିବର୍ଷ ବିତିଗଲା। ମଞ୍ଜୁଘୋଷା ଦେବଲୋକକୁ ଯିବାକୁ ବାହାରିଲେ। ମେଧାବୀ ଏପରି ମୋହିତ ଥିଲେ ଯେ କହିଲେ- ତୁମେ ତ ଆଜି ସନ୍ଧ୍ୟାରେ ହିଁ ମୋ ପାଖକୁ ଆସିଛ। ସକାଳ ଯାଏ ଅନ୍ତତଃ ରୁହ! ମେଧାବୀ କାଳେ ଅଭିଶାପ ଦେବେ, ସେହି ଭୟରେ ମଞ୍ଜୁଘୋଷା ତାଙ୍କ ପାଖରେ ରହିଲେ। ଏହିପରି ଆହୁରି ୫୫ବର୍ଷ ୯ ମାସ ତିନି ଦିନ ବିତିଗଲା। କିନ୍ତୁ ମେଧାବୀଙ୍କୁ ଲାଗୁଥିଲା, ମୋଟେ ଅଧରାତି ହୋଇଛି।

ଚୈତ୍ରମାସ କୃ‌ଷ୍ଣପକ୍ଷ ଏକାଦଶୀର ନାମ ‘ପାପମୋଚନୀ’ ଏକାଦଶୀ। ‘ପଦ୍ମପୁରାଣ’ ଅନୁସାରେ, ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ତାଙ୍କୁ ଏହାର ମାହାତ୍ମ୍ୟ କହିଛନ୍ତି। ସେ କହିଛନ୍ତି- ଏକଦା ଚକ୍ରବର୍ତ୍ତୀ ରାଜା ମାନ୍ଧାତାଙ୍କୁ ମହର୍ଷି ଲୋମଶ ଏହା କହିଥିଲେ। ତାଙ୍କ ଅନୁସାରେ, ଏହି ‌ଏକାଦଶୀ ପିଶାଚତ୍ବର ବିନାଶ କରି, କାମନାର ପୂରଣ କରେ ଓ ସିଦ୍ଧି ଦିଏ।

ମଞ୍ଜୁଘୋଷା ପୁଣି ବିଦାୟ ନେଇ ସ୍ବର୍ଗପୁରକୁ ଯିବାକୁ ବାହାରିଲେ। କିନ୍ତୁ ମେଧାବୀ କହିଲେ- ସକାଳର ସନ୍ଧ୍ୟାତର୍ପଣ ସାରେ, ତା’ପରେ ଯିବ।  ଅପ୍‌ସରା ମୁରୁକି ହସି କହିଲେ- କେତେ ଯେ ସନ୍ଧ୍ୟାତର୍ପଣ ଏ ଭିତରେ ବିତିଗଲାଣି, ତାହା କ’ଣ ଆପଣଙ୍କର ମନେ ଅଛି?

ସେତେବେ‌ଳକୁ ଯାଇ ମେଧାବୀ ସଚେତନ ହେଲେ ଯେ ଦୀର୍ଘ ସତାବନ ବର୍ଷ ବିତି ଗଲାଣି। ତପସ୍ୟା ନଷ୍ଟ ହେଲା ଜାଣି ସେ ଅତ୍ୟନ୍ତ କ୍ରୋଧିତ ହେଲେ। ମଞ୍ଜୁଘୋଷାଙ୍କୁ ପିଶାଚୀ ହୋଇଯିବାପାଇଁ ସେ ଅଭିଶାପ ଦେଲେ। ମାତ୍ର ମଞ୍ଜୁଘୋଷା ବିନୟ ହୋଇ କହିଲେ–ସଜ୍ଜନଙ୍କ ସଙ୍ଗ ତ  ଦି’ପଦ କଥା ହେଲେ ଓ ମାତ୍ର ସାତପାଦ ଚାଲିଲେ ହୋଇଯାଏ। ମୁଁ ତ ଆପଣଙ୍କ ସହ ଏତେଗୁଡ଼ିଏ ବର୍ଷ ବିତାଇଛି!
ତାହା ଶୁଣି ମେଧାବୀ କହିଲେ–ଚୈତ୍ର କୃଷ୍ଣପକ୍ଷ ଏକାଦଶୀ ହେଉଛି ପାପମୋଚନୀ ଏକାଦଶୀ। ତାହା ସମସ୍ତ ପାପରୁ ମୁକ୍ତି ଦିଏ। ତୁମେ ସେହି ଏକାଦଶୀ ବ୍ରତ କର। ପିଶାଚତ୍ବରୁ ମୁକ୍ତି ପାଇବ। ଚ୍ୟବନ ମହର୍ଷି ଥିଲେ ମେଧାବୀଙ୍କର ପିତା। ତାଙ୍କ ପରାମର୍ଶରେ ପାପମୋଚନୀ ଏକାଦଶୀ କରି ମେଧାବୀ ମଧ୍ୟ ପୁଣି ସୁବ୍ରତୀ ହେଲେ। ମଞ୍ଜୁଘୋଷା ବି ସେହି ବ୍ରତକରି ପିଶାଚିନୀ ଜନ୍ମରୁ ମୁକ୍ତି ପାଇଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button