ଓଡିଶା

Olive Riddles: ଅଲିଭ୍‌ରିଡ୍‌ଲେଙ୍କ ଶ୍ମଶାନ ପାଲଟିଛି ସାତଭାୟାରୁ ଏକକୂଳା: ଜଙ୍ଗଲରେ ଶତାଧିକ ମୃତ କଇଁଛ

ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱରରୁ ଶାସନପେଟା ଯାଏଁ ସବୁଠି ସଚେତନତା ବୈଠକ ବସୁଛି। କେନ୍ଦ୍ର ସରକାର କଇଁଛ କରିଡର୍‌ ପାଇଁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରୁଛନ୍ତି।

ରାଜନଗର: ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱରରୁ ଶାସନପେଟା ଯାଏଁ ସବୁଠି ସଚେତନତା ବୈଠକ ବସୁଛି। କେନ୍ଦ୍ର ସରକାର କଇଁଛ କରିଡର୍‌ ପାଇଁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରୁଛନ୍ତି। ମାତ୍ର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ମାଦଳି ମୁହାଣ ଯାଏଁ ଉପକୂଳରେ କୁଢ଼କୁଢ଼ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ମୃତଦେହ ଦେଖିବାକୁ ମିଳିଛି। ଭିତରକନିକା ଜଙ୍ଗଲରେ ଶତାଧିକ କଇଁଛଙ୍କ ମୃତଦେହକୁ କୁକୁର ଝୁଣି ଖାଇବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ବେଆଇନ ଟ୍ରଲର୍‌ ଚଳାଚଳ ଓ ଅସ୍ୱାଭାବିକ ପାଣିପାଗ ଯୋଗୁଁ ବର୍ଷକୁ ବର୍ଷ କଇଁଛଙ୍କ ଆଗମନ ହ୍ରାସ ପାଉଛି। ଅନ୍ୟପଟେ କଇଁଛଙ୍କ ମୃତ୍ୟୁହାର ବଢ଼ିବାରେ ଲାଗିଛି। ଅଲିଭ୍‌ରିଡ୍‌ଲେଙ୍କ ଆଗମନ ହ୍ରାସ ପାଇବା ସହିତ ମୃତ୍ୟୁସଂଖ୍ୟା ବଢ଼ିଲେ ଓଡ଼ିଶା ଉପକୂଳରେ ଦିନେ ଏହି ବିରଳ କଇଁଛ ଦେଖିବାକୁ ମିଳିବେନି ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button