କୋରାପୁଟ: ସୁଗନ୍ଧ ଓ ଔଷଧୀୟ ଗୁଣ ପାଇଁ ଲେମନ୍ ଗ୍ରାସ୍ ତେଲର ଚାହିଦା ରହିଛି। ବହୁ ରାଷ୍ଟ୍ରୀୟ କମ୍ପାନି ବାହାର ରାଜ୍ୟ ବ୍ୟବସାୟୀଙ୍କ ଦ୍ବାରା ଏହି ତେଲକୁ ପ୍ରାଥମିକତା ଭିତ୍ତିରେ କିଣି ନେଉଛନ୍ତି। ଯାହାର ଫାଇଦା ଉଠାଉଛନ୍ତି ଦଲାଲ। ଚାଷୀ ବର୍ଷ ତମାମ ଖଟି ଲିଟର ୭୦୦ରୁ ୮୦୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଦଲାଲ ଲିଟର ପିଛା ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି ୩୦୦ରୁ ଊର୍ଦ୍ଧ୍ବ ଟଙ୍କା ଲାଭ ପାଉଛନ୍ତି।

