ଦେଶ ବିଦେଶ

Reliance America: ଆମେରିକାରେ ନିବେଶ କରିବ ରିଲାଏନ୍ସ: ଟ୍ରମ୍ପ

ଆମେରିକାର ଟେକ୍ସାସ୍‌ରେ ଏକ ନୂଆ ତୈଳ ବିଶୋଧନାଗାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ନିବେଶ କରୁଥିବା ସମ୍ପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଆମେରିକା ଇତିହାସରେ ଏହା ସବୁଠୁ ବଡ଼ ଚୁକ୍ତି।

ୱାସିଂଟନ: ଆମେରିକାର ଟେକ୍ସାସ୍‌ରେ ଏକ ନୂଆ ତୈଳ ବିଶୋଧନାଗାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ନିବେଶ କରୁଥିବା ସମ୍ପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ୫୦ ବର୍ଷରେ ପ୍ରଥମ ଥର ପାଇଁ ଆମେରିକାରେ ଏଭଳି ଏକ ପ୍ରକଳ୍ପ ଘୋଷଣା ହୋଇଛି ଯେଉଁଥିରେ ୩୦୦ ବିଲିୟନ ଡଲାର ନିବେଶ ହେବ। ଟ୍ରମ୍ପ କହିଛନ୍ତି ଯେ ଆମେରିକା ଇତିହାସରେ ଏହା ସବୁଠୁ ବଡ଼ ଚୁକ୍ତି। ଆମେରିକୀୟ ଶ୍ରମିକ, ଶକ୍ତି ଓ ଟେକ୍ସାସ୍‌ର ଲୋକମାନଙ୍କ ପାଇଁ ଏହା ଏକ ବୃହତ୍‌ ବିଜୟ।

ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍‌ ଆକ୍ରମଣ କରୁଥିବାରୁ ବିଶ୍ବବ୍ୟାପୀ ଶକ୍ତି ସଙ୍କଟ ଦେଖାଦେଇଥିବା ଭଳି ଏକ ଗମ୍ଭୀର ସମୟରେ ଟ୍ରମ୍ପ ଏହି ନିବେଶ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ନିବେଶ ପାଇଁ ସେ ଭାରତ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଏହି ବିଶୋଧନାଗାର ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ ଓ ଆମେରିକାର ଶକ୍ତି ସୁରକ୍ଷାକୁ ଉନ୍ନତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ

ଏହି ବିଶୋଧନାଗାର ଆ‌ମେରିକା ବଜାରକୁ ଇନ୍ଧନ ଯୋଗାଇବ, ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବ, ଆମେରିକାର ଶକ୍ତି ଉତ୍ପାଦନ ବଢ଼ାଇବ ଓ କୋଟି କୋଟି ଡଲାରର ଆର୍ଥିକ ପ୍ରଭାବ ସୃଷ୍ଟି କରିବ। ଏହା ବିଶ୍ବର ସବୁଠୁ ସ୍ବଚ୍ଛ ରିଫାଇନାରି ହେବ ‌ବୋଲି ସେ କହିଛନ୍ତି।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button