Mojtaba Khamenei: ଇରାନର ସର୍ବୋଚ୍ଚ ନେତାଙ୍କ ପାଇଁ କୌଣସି ଜୀବନ ବୀମା ନାହିଁ
ଆୟାତୋଲ୍ଲା ମୋଜତବା ଖେମିନିଙ୍କୁ କଡ଼ା ଚେତାବନୀ ।ଇରାନକୁ ଆତଙ୍କବାଦର ପୃଷ୍ଠପୋଷକ କହିବା ସହିତ ନୂଆ ସର୍ବୋଚ୍ଚ ନେତା ମୋଜତବା ଖେମିନିଙ୍କ ପାଇଁ ତାଙ୍କ ପାଖରେ କୌଣସି ଜୀବନ ବୀମା ନାହିଁ ବୋଲି କହିଛନ୍ତି।

ତେଲ ଅଭିଭ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତବା ଖେମିନିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଇରାନକୁ ଆତଙ୍କବାଦର ପୃଷ୍ଠପୋଷକ କହିବା ସହିତ ନୂଆ ସର୍ବୋଚ୍ଚ ନେତା ମୋଜତବା ଖେମିନିଙ୍କ ପାଇଁ ତାଙ୍କ ପାଖରେ କୌଣସି ଜୀବନ ବୀମା ନାହିଁ ବୋଲି କହିଛନ୍ତି।
ଆମେରିକା ଓ ଇସ୍ରାଏଲ ଇରାନ ଉପରେ ସେମାନଙ୍କ ତୀବ୍ର ଆକ୍ରମଣ ଜାରି ରଖିବେ ବୋଲି ନେତାନ୍ୟାହୁ ଚେତାଇ ଦେଇଛନ୍ତି। ଗୁରୁବାର ନେତାନ୍ୟାହୁ କହିଛନ୍ତି ଆମେରିକ ଓ ଇସ୍ରାଏଲ ଯୁଦ୍ଧ ଭଲ ଅଗ୍ରଗତି କରୁଛି। ଏହାପରେ ସେମାନେ ଇସ୍ରାଏଲ ବିରୋଧୀ ଆତଙ୍କବାଦୀ ଗୋଷ୍ଠୀଙ୍କ ମୁଖ୍ୟଙ୍କୁ ଟାର୍ଗେଟ କରିବେ ବୋଲି କହିଛନ୍ତି।
ଇସ୍ରାଏଲ ଓ ଆମେରିକା ଇରାନର ଆଇଆରଜିସି ଓ ଅର୍ଦ୍ଧସାମରିକ ବାହିନୀ ବାସିଜ୍ ଉପରେ ଏହି ଯୁଦ୍ଧରେ ଶକ୍ତ ପ୍ରହାର କରିଛି ବୋଲି ନେତାନ୍ୟାହୁ କହିଛନ୍ତି। ସୂଚନାଯୋଗ୍ୟ, ଫେବ୍ରୁଆରି ୨୮ରେ ଆମେରିକା ‘ଅପରେସନ ଏପିକ୍ ଫ୍ୟୁରି’ ଓ ଇସ୍ରାଏଲ ‘ଅପରେସନ ରୋରିଂ ଲାୟନ’ ଆରମ୍ଭ କରିଥିଲେ। ଏଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ହୋଇଥିଲା।
ସୌଜନ୍ୟ ସମ୍ବାଦ




