LPG shortage: ମିଳୁନି ରନ୍ଧନ ଗ୍ୟାସ, କାମ ଛାଡ଼ି ଗାଁ ମୁହାଁ ଶ୍ରମିକ, ଅଚଳ ହୋଇଯିବକି ଅଟୋ ଇଣ୍ଡଷ୍ଟ୍ରୀ?
LPG cylinders for cooking: ରନ୍ଧନ ଗ୍ୟାସ ନ ମଲିବା ଓ ହୋଟେଲ ବନ୍ଦ ରହିବା ଯୋଗୁ ବହୁ ସଂଖ୍ୟାରେ ଶ୍ରମିକଙ୍କ ପଳାୟନ କରୁଛନ୍ତି। ଫଳରେ ଅଟୋ ଇଣ୍ଡଷ୍ଟ୍ରୀରେ କର୍ମଚାରୀ ସଂକଟ ଦେଖା ଦେଇଛି। ଫଳରେ ଉତ୍ପାଦନ କମ୍ ହେବାର ଆଶଙ୍କା ଦେଖା ଦେଲାଣି। ଯଦି ଏହି ସମସ୍ୟା ଲାଗି ରହେ ତେବେ ଅଟୋ ପ୍ରଡକ୍ଟ ଉତ୍ପାଦନ ଭୟଙ୍କର ଭାବେ ପ୍ରଭାବିତ ହେବ।

ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ଅଭାବ ଯୋଗୁ ଅଟୋ ଇଣ୍ଡଷ୍ଟ୍ରୀ ଉପରେ ଏହାର ପ୍ରଭାବ ପଡ଼ିଛି। କାରଣ ରନ୍ଧନ ଗ୍ୟାସ ନ ମିଳିବାରୁ କର୍ମଚାରୀମାନେ ସହରରେ ରହି କାମ କରିବା କଷ୍ଟକର ହୋଇପଡ଼ିଲାଣି। ତେଣୁ ସେମାନେ କାମ ଛାଡ଼ି ଘର ମୁହାଁ ହେଲେଣି। ବହୁ ସଂଖ୍ୟାରେ ଶ୍ରମିକଙ୍କ ପଳାୟନ ଯୋଗୁ ଉତ୍ପାଦନ କମ୍ ହେବାର ଆଶଙ୍କା ଦେଖା ଦେଲାଣି। ଯଦି ଏହି ସମସ୍ୟା ଲାଗି ରହେ ତେବେ ଅଟୋ ପ୍ରଡକ୍ଟ ଉତ୍ପାଦନ ଭୟଙ୍କର ଭାବେ ପ୍ରଭାବିତ ହେବ।
ଏହି ପରିସ୍ଥିତି କୋଭିଡ ମହାମାରୀକୁ ପୁଣିଥରେ ମନେ ପକାଇ ଦେଇଛି। ତେବେ ଯଦି ଗ୍ୟାସ ଯୋଗାଣ ନିୟମିତ ନହେଲା ତେବେ ସ୍ଥିତି ଆହୁରି ସାଂଘାତିକ ହୋଇପାରେ ବୋଲି ଭାରତୀୟ ଅଟୋମୋଟିଭ୍ କମ୍ପୋନେଣ୍ଟ ନିର୍ମାତା ସଂଘ(ACMA)ସୋମବାର କହିଛି।
୧,୦୬୪ରୁ ଅଧିକ ଅଟୋ ପ୍ରଡକ୍ଟ ନିର୍ମାତାଙ୍କୁ ପ୍ରତିନିଧିତ୍ୱ କରୁଥିବା ଅଟୋମୋଟିଭ୍ କମ୍ପୋନେଣ୍ଟ ମ୍ୟାନୁଫ୍ୟାକଚରର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ACMA)ଅଟୋ କମ୍ପୋନେଣ୍ଟ ଶିଳ୍ପର କାରବାରରେ୯୦ପ୍ରତିଶତ ଯୋଗଦାନରଖେ। ବର୍ତ୍ତମାନର ସ୍ଥିତି ଏଭଳି ହେବାରୁ ଏସିଏମ୍ଏ ଚିନ୍ତା ବ୍ୟକ୍ତ କରିଛି।
ACMA ନିର୍ଦ୍ଦେଶକ ଜେନେରାଲ ଭିନି ମେହେଟା PTIକୁ ପ୍ରତିକ୍ରିୟା ଦେଇ କହିଛନ୍ତି“ବାୟୁ ପ୍ରଦୂଷଣ ଯୋଗୁ କାଠ ବ୍ୟବହାର ମନା ହୋଇଥିବାରୁ ଶ୍ରମିକମାନେ ରୋଷେଇ ପାଇଁ ଛୋଟ ଗ୍ୟାସ୍ ଚୁଲା ବ୍ୟବହାର କରୁଥିଲେ। ବର୍ତ୍ତମାନ,ଏଲପିଜି ସିଲିଣ୍ଡର ଅଭାବ ଯୋଗୁ,ସେମାନେ ଘରେ ରୋଷେଇ କରିବା କଷ୍ଟକର ହୋଇପଡୁଛି।ଏବଂ କିଛି କାରଖାନା କ୍ୟାଣ୍ଟିନ୍ ମଧ୍ୟ ବନ୍ଦ ହୋଇଯାଇଛି,ଯାହା ଫଳରେ ସେମାନେ ନିଜ ଜନ୍ମସ୍ଥାନକୁ ଚାଲିଯିବାକୁ ବାଧ୍ୟ ହେଉଛନ୍ତି।ବର୍ତ୍ତମାନର ପରିସ୍ଥିତି ଯଦିଓ କୋଭିଡ୍ ଭଳି ହେଇ ନାହିଁ ତେବେ ସମାଧାନ ନହେଲେ ସ୍ଥିତି ଜଟିଳ ହୋଇପାରେ।”
ଆର୍ଥିକ ବର୍ଷ ୨୫ରେ,ଅଟୋ ଯନ୍ତ୍ରାଂଶ ଶିଳ୍ପର ମିଳିତ କାରବାର ୮୦.୨ ବିଲିୟନ ଆମେରିକୀୟ ଡଲାର ଥିଲା,ଯେଉଁଥିରେ ୨୨.୯ ବିଲିୟନ ଆମେରିକୀୟ ଡଲାରର ରପ୍ତାନି ହୋଇଥିବା ବେଳେ ବାଣିଜ୍ୟ ବଳକା ୫୦୦ ମିଲିଅନ ଡଲାର ରହିଥିଲା।
ଇରାନ ଉପରେ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଯୋଗାଣ ବ୍ୟାଘାତ ମଧ୍ୟରେ ସରକାର ବର୍ତ୍ତମାନ ଘରୋଇ ଗ୍ରାହକଙ୍କ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ହେଲେ ଶିଳ୍ପଗୁଡ଼ିକ ବାଣିଜ୍ୟିକ ଏଲପିଜି ଉପଲବ୍ଧ ନ ଥିବା ଅଭିଯୋଗ କରିଥିଲେ। ଏହାପରେପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ମାର୍ଚ୍ଚ ୯ରେ ଏକ ପ୍ୟାନେଲ ଗଠନ କରିଥିଲା। ଏବଂ ପ୍ରତିନିଧିମାନଙ୍କର ସମସ୍ୟା ଉସ୍ଥାପନ କରିବାକୁଆହ୍ୱାନ ଦେଇଥିଲା।
ପଶ୍ଚିମ ଏସିଆ ସଙ୍କଟ ଯୋଗୁ ଘରୋଇ ଭାବରେ ଉତ୍ପାଦିତ ପ୍ରାକୃତିକ ଗ୍ୟାସ ଆବଣ୍ଟନ ପାଇଁସରକାରପ୍ରାଥମିକତା କ୍ରମ ସଂଶୋଧନକରିଥିଲେ। ପ୍ରାଥମିକତା ଆଧାରରେ ଗ୍ୟାସ ଆବଣ୍ଟନକୁ ଗୁରୁତ୍ୱ ଦେଇଥିଲେ। ହେଲେ ଇତିମଧ୍ୟରେଅଟୋ ଯନ୍ତ୍ରାଂଶ ଶିଳ୍ପ ପୂର୍ବରୁMSMEଫାଉଣ୍ଡ୍ରି ଏବଂ ଫୋରଜିଂ ୟୁନିଟ୍ ପାଇଁLPG/PNGର ନିରନ୍ତର ଯୋଗାଣ କିମ୍ବା ବିକଳ୍ପ ଇନ୍ଧନକୁ ସ୍ଥାନାନ୍ତର କରିବାପାଇଁ ଦାବି କରିଥିଲା
ଏନେଇ ଗତ ସପ୍ତାହରେ ଭାରୀ ଶିଳ୍ପ ମନ୍ତ୍ରଣାଳୟକୁ ଲେଖିଥିବା ଏକ ଚିଠିରେ, ACMA ଦର୍ଶାଇଥିଲା ଯେ ଏହି ଶିଳ୍ପ ବିଶ୍ୱ ଅଟୋମୋଟିଭ୍ ଭାଲ୍ୟୁ ଚେନ ସହ ଗଭୀର ଭାବରେ ଜଡ଼ିତ ରହିଛି। ତେଣୁ ବର୍ତ୍ତମାନର ଭୂ-ରାଜନୈତିକ ବିଭ୍ରାଟ ସମୟରେ ସମୟୋଚିତ ସମର୍ଥନ ରପ୍ତାନିର ନିରନ୍ତରତା ସୁନିଶ୍ଚିତ କରିବାରେ ଏବଂ ଅନ୍ତର୍ଜାତୀୟ ବଜାରରେ ଭାରତର ପ୍ରତିଯୋଗିତାମୂଳକ ଉପସ୍ଥିତିକୁ ବଜାୟ ରଖିବାରେ ସାହାଯ୍ୟ କରିବ ବୋଲି ACMA କହିଛି।
ସୌଜନ୍ୟ Prameya News7




