ଓଡିଶାଜିଲ୍ଲା

Health: ନବରଂଗପୁର ଡିଏଚଏଚ୍‌ରେ ନାହିଁ ଜରୁରୀକାଳନୀ ପ୍ରସ୍ଥାନ ସ୍ଥାନ

କଟକ ଏସସିବି ମେଡିକାଲ କଲେଜର ଟ୍ରମା କେୟାର ୟୁନିଟରେ ହୋଇଥିବା ଅଗ୍ନିକାଣ୍ଡ ଏବଂ ଏଥିରେ ୧୨ଜଣଙ୍କର ମୃତ୍ୟୁ, ୫ଜଣ ଗୁରୁତର ହେବା ଘଟଣା ସ୍ବାସ୍ଥ୍ୟ ବିଭାଗ ଅଗ୍ନିନିରାପତ୍ତା ପ୍ରତି ତତ୍ପର ତାହା ପଦାରେ ପକାଇ ଦେଇଛି।

ନବରଙ୍ଗପୁର (ସୁରେଶ ନାଇଡୁ):କଟକ ଏସସିବି ମେଡିକାଲ କଲେଜର ଟ୍ରମା କେୟାର ୟୁନିଟରେ ହୋଇଥିବା ଅଗ୍ନିକାଣ୍ଡ ଏବଂ ଏଥିରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ, ୫ଜଣ ଗୁରୁତର ହେବା ଘଟଣା ସ୍ବାସ୍ଥ୍ୟ ବିଭାଗ ଅଗ୍ନିନିରାପତ୍ତା ପ୍ରତି ତତ୍ପର ତାହା ପଦାରେ ପକାଇ ଦେଇଛି। ନବରଙ୍ଗପୁରଜିଲ୍ଲା ସଦରମହକୁମାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ୨ଟି ଭାଗରେ ବିଭକ୍ତ। ଏମଏସିଏଚରେ ଥିବା ପମ୍ପ ହାଉସ ଦୀର୍ଘ ଦୁଇ ବର୍ଷ ହେବ ଅଚଳ। ସେହିପରି ଅନ୍ୟ ଭାଗରେ ଥିବା ଡିଏଚଏଚରେ ଜରୁରୀ ସମୟର ପ୍ରସ୍ଥାନ ସ୍ଥାନ ନାହିଁ। ଏହା ସହ ଗୁରୁତର ବିଷୟ ହେଉଛି ଉଭୟ ବିଭାଗର ପୃଥକ ପୃଥକ ଅଗ୍ନିନିରାପତ୍ତା ପ୍ରମାଣପତ୍ର ଦୀର୍ଘ ବହୁ ବର୍ଷ ହେବ ନାହିଁ।

ପ୍ରଥମେ ଆମେ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଡିଏଚଏଚ୍ ସମ୍ପର୍କରେ ଅଲୋଚନା କରିବା। ଏଠାରେ ଥିବା ଅନ୍ତଃବିଭାଗର ପୁରୁଷରେ ୩୮ଟି, ମହିଳାରେ ୪୨ଟି, ସର୍ଜରୀ ୱାର୍ଡରେ ୨୫ଟି, ଡାଇରିଆ ୱାର୍ଡରେ ୧୦ଟି, ଆଇସିୟୁରେ ୬ଟି, ଡାଏଲସିସରେ ୧୦ଟି, ଓପରେସନ୍ ଥିଏଟରର ୩ଟି ଶଯ୍ୟା ଏଙଳି ୧୩୪ଟି ଶଯ୍ୟା ସହ ରହିଛି। ତା ସହ ରକ୍ତଭଣ୍ଡାର ସହ ପ୍ରଶାସନିକ କାର୍ଯ୍ୟାଳୟ ଉପରମହଲାରେ କାମ କରୁଛି। ତଳେ ବର୍ହିଃବିଭାଗ ସହ ନିଦାନ, ନିରାମୟ, ଡେଙ୍ଗୁ ପରୀକ୍ଷା କେନ୍ଦ୍ର ଆଦି ରହିଛି। ଏତେ ସବୁ ଅଂଚଳରେ ରହିଛି ମାତ୍ର ୮୯ଟି  ଏକ୍ସଟିଙ୍ଗ୍ୟୁସର ରହିଛି। ଯାହା ଆସନ୍ତା ମାସରେ ଶେଷ ହୋଇଯିବ।

ଅପରପକ୍ଷରେ କୌଣସି ୱାର୍ଡର ଶଯ୍ୟା ଥିବା ଅଂଚଳରେ ୮୯ଟି ଏକ୍ସଟିଙ୍ଗ୍ୟୁସର ରଖାଯାଇନି। ସବୁ ବାହାରେ ଦୂର ଦୂରରେ ରଖାଯାଇଛି। ଏପରିକି ୱାର୍ଡ ଗୁଡିକରେ ବସୁଥିବା ନର୍ସିଂ ଷ୍ଟାପଙ୍କ ରୁମରେ ବାହାରକୁ ପବନ କିମ୍ବା ଧୁଆଁ ଯିବା ପାଇଁ ଏକଜିଟ୍‌ ଫ୍ୟାନ୍ ନାହିଁ। ସବୁ ୱାର୍ଡ ସମ୍ମୁଖରେ ବିଦ୍ୟୁତ ପେନାଲ ଗୁଡିକ ଲଟକି ରହିଛି। ସବୁ ଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଡିଏଚଏଚରେ ପ୍ରସ୍ଥାନ ସ୍ଥାନ ଦୁଇଟି କୌଣସି ୱାର୍ଡରେ ନାହିଁ। ଏତେ ବଡ ଆଇସି୍ୟୁ ସମ୍ମୁଖରେ ଗୋଟିଏ ଏକ୍ସଟିଙ୍ଗ୍ୟୁସର ରହିଛି। ବ୍ଲଡ ବ୍ୟାଙ୍କରେ ଜମାରୁ ଏକ୍ସଟିଙ୍ଗ୍ୟୁସର ଲାଗିନାହିଁ। ଏଠାରେ ଥିବା ୱାଟରସ୍ପ୍ରିଙ୍କଲର କାମ କରୁଛି ବୋଲି କହିଛନ୍ତି ଡିଏଚଏଚ୍ ମ୍ୟାନଜର ଯଶବନ୍ତ ବ୍ରହ୍ମା।

ସେହିଭଳି ଏମସିଏଚ୍ ବିଲଡିଙ୍ଗରେ ଆଣ୍ଟିନେଟାଲ ୱାର୍ଡରେ ୧୦,ଶିଶୁ ୱାର୍ଡରେ ୧୪, ସ୍ତ୍ରୀ ଓ ପ୍ରସୁତି ୱାର୍ଡରେ ୫୦, ଏସଏନସିୟୁରେ ୧୪, ଓପରେସନ୍ ଥିଏଟରରେ ୩ ଓ ଲେବର ରୁମରେ ୫ଟି ବ୍ୟାଡ, ୫ରୁ ୩ଟି କେବିନ୍ କାର୍ଯ୍ୟକାରୀ  ରହିଛି। ଏଠାରେ ଏହା ଆରମ୍ଭ ପରଠାରୁ ପ୍ରଥମ କରି ଏହି ବର୍ଷ ଜାନୁଆରୀରୁ ଏବିସି ଟାଇପ୍ଓ ସିୟୁ ଟାଇପ୍ ୮୦ଟି ଏକ୍ସିଟିଙ୍ଗ୍ୟୁସର ଲାଗିଛି।

ତେବେ ଗୋଟିଏ ଗୋଟିଏ ସ୍ଥାନରେ ୩ଟି ଲେଖାଏଁ ଲାଗିଛି। ୨ଟି ଲିଫଟ୍ ଦୀର୍ଘ ସାଢ଼େ ୨ମାସ ହେବ କାମ କରୁନି। ଯଦିଓ ଏହି ବିଭାଗରେ ପ୍ରସ୍ତାନ ରାସ୍ତା ରହିଛି। ତେବେ ୱାଟର ସ୍ପ୍ରିଙ୍କଲର ଲାଗିଥିଲେ ହେଁ ପାଣି ଆସି ପାରୁନି। ଦୀର୍ଘ ୨ବର୍ଷରୁ ଉର୍ଦ୍ଧ୍ବହେବ  ପାଣି ପମ୍ପ ଖରାଫ ‌ରହିଛି। ଏଠାରେ ମଧ୍ୟ ବିଦ୍ୟୁତ ପେନାଲ ବୋର୍ଡ ଗୁଡିକ ବିପଦସଂକୁଳ ସ୍ଥିତିରେ ଟଙ୍ଗା ଯାଇଛି। ଏତେ ବଡ ଡାକ୍ତରଖାନାରେ ଅଗ୍ନି ସହାୟତା ପାଇଁ କେହି ନାହାନ୍ତି। ହେଲ୍ପ ଡେସ୍କରେ ୩ଟି ସିଫ୍ଟରେ ୫ଜଣ ଓ ୮୯ଜଣ ସୁରକ୍ଷା କର୍ମୀ ରହିଛନ୍ତି। ବାରମ୍ବାର ଚିଠି କରିବା ପରେ ବି ଜିଇଡି, ପିଏଚଡି ଶୁଣୁନି ବୋଲି କହିଛନ୍ତି ଏହି ବିଭାଗର ମ୍ୟାନଜର ରିତେଶ ସାହୁ। ଉଭୟ ବିଭାଗର ସମସ୍ୟାକୁ ନେଇ ଗତ କାଲି ଜିଲ୍ଲାପାଳ ସମୀକ୍ଷା କରିଥିଲେ। ବାରମ୍ବାର ଚିଠି କରିବା ପରେ ଜିଇଡି, ପିଏଚଡି ଆଦି ପଦକ୍ଷେପ ନେଉନାହାନ୍ତି ବୋଲି କହିଛନ୍ତି ଡିଏମଓ ସୁକାନ୍ତ ଶତପଥୀ। ଉଭୟ ବିଭାଗର ପୃଥକ ପୃଥକ ଅଗ୍ନିନିରାପତ୍ତା ପ୍ରମାଣପତ୍ର ଦୀର୍ଘ ବହୁ ବର୍ଷ ହେବ ନାହିଁ ବୋଲି କହିଛନ୍ତି ଅତିରିକ୍ତ ପାୟର ଅଧିକାରୀ ଦେବ ପ୍ରସାଦ ଦାସ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button