ଦେଶ ବିଦେଶ

Rain: ଦିଲ୍ଲୀରେ ହାଲୁକା ବର୍ଷା ଓ ଝଡ଼

ଦିଲ୍ଲୀ-ଏନ୍‌ସିଆର୍‌ରେ ଶୁକ୍ରବାର ସକାଳେ ହାଲୁକା ବର୍ଷା ଓ ପବନ ସହିତ ଝଡ଼ ହୋଇଛି। ହଠାତ୍‌ ବର୍ଷା ଯୋଗୁ ଦିଲ୍ଲୀରେ ସାମାନ୍ୟ ଶୀତ ଅନୁଭୂତ ହୋଇଥିଲା। ୯.୪ ମି.ମି ହାରାହାରି ବର୍ଷା ସହିତ ଏହା ଦିଲ୍ଲୀରେ ଗତ ତିନି ବର୍ଷରେ ସର୍ବାଧିକ ବର୍ଷା ରହିଛି।

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର୍‌ରେ ଶୁକ୍ରବାର ସକାଳେ ହାଲୁକା ବର୍ଷା ଓ ପବନ ସହିତ ଝଡ଼ ହୋଇଛି। ହଠାତ୍‌ ବର୍ଷା ଯୋଗୁ ଦିଲ୍ଲୀରେ ସାମାନ୍ୟ ଶୀତ ଅନୁଭୂତ ହୋଇଥିଲା। ୯.୪ ମି.ମି ହାରାହାରି ବର୍ଷା ସହିତ ଏହା ଦିଲ୍ଲୀରେ ଗତ ତିନି ବର୍ଷରେ ସର୍ବାଧିକ ବର୍ଷା ରହିଛି। ୨୦୨୩ ମାର୍ଚ୍ଚରେ ୫୦.୪ ମି.ମି. ବର୍ଷା ହୋଇଥିବା ରିପୋର୍ଟରେ କୁହାଯାଇଥିଲା। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହିତ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ବର୍ଷା ଯୋଗୁ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରି ସେଲସିୟସ୍‌କୁ ଖସି ଆସିଛି। ଗତ ଏକ ମାସରେ ଗତକାଲି ପ୍ରଥମ ଥର ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୩୦ ଡିଗ୍ରି ତଳକୁ ଖସି ଆସିଥିଲା। ଗୁରୁବାର ଏହା ୨୬.୮ ଡିଗ୍ରି ରେକର୍ଡ଼ କରାଯାଇଥିଲା। ବର୍ଷା ଓ ପବନ ନେଇ ଆଇଏମ୍‌ଡି ଶୁକ୍ରବାର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଅଧିକ ବର୍ଷା ‌ହେବା ସହିତ ସର୍ବାଧିକ ତାପମାତ୍ରା ୨୩ରୁ ୨୫ ଡିଗ୍ରିକୁ ଖସିବ ବୋଲି କୁହାଯାଇଛି।
ଉତ୍ତର ପଶ୍ଚିମ ଭାରତରେ ପଶ୍ଚିମାଝଡ଼ ପ୍ରଭାବରେ ଦିଲ୍ଲୀରେ ବର୍ଷା ହୋଇଛି। ପଶ୍ଚିମାଝଡ଼ ପ୍ରଭାବରେ ସମଗ୍ର ଉତ୍ତର ଭାରତରେ ବର୍ଷା ହେବ ବୋଲି କୁହାଯାଇଛି। ପାଣିପାଗ ବିଜ୍ଞାନୀ ଡ. ପ୍ରଦୀପ କହିଛନ୍ତି, ଏଥର ସୃଷ୍ଟି ହୋଇଥିବା ପଶ୍ଚିମା ଝଡ଼ର ଆକୃତି ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଟ୍ରଫ୍‌ ଲାଇନ (ନିମ୍ନ ଚାପରେଖା) ହଜାରେ କିଲୋମିଟର ପର୍ଯ୍ୟନ୍ତ ଲମ୍ବି ରହିଛି, ଯାହାକି ଖୁବ୍‌ ବିରଳ। ଏହା ବହୁତ ବଡ଼ ବର୍ଷାଝଡ଼ ଓ ଘଡ଼ଘଡ଼ି ସୃଷ୍ଟି କରିପାରେ। ତେଣୁ ସତର୍କ ରହିବା ସହିତ ଆଇଏମ୍‌ଡି ଆକଳନ ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି।

Show More

Leave a Reply

Your email address will not be published. Required fields are marked *

Back to top button