ଅପରାଧ

Burglary: ଗୋଟିଏ ରୁମରେ ଶୋଇଛନ୍ତି ପରିବାର ଲୋକ, ଅନ୍ୟ କୋଠରୀରୁ ଲୁଟିନେଲେ ଦୁର୍ବୁତ୍ତ

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳ ପାଲଟିଛି ଚୋର ଓ ଲୁଟେରାଙ୍କ ଚରାଭୂଇଁ l ପୁଲିସକୁ ମୋଟେ ଭୟ ନାହିଁl ନିକଟ ଅତୀତରେ ଏକାଧିକ ଚୋରି ଡକାୟତି ଘଟି ଯାଇଥିବାବେଳେ ଗତରାତିରେ ଜାରକା ଛକ ଉପକଣ୍ଠ ପତଡା ଗ୍ରାମର ଯୁଗପୁରା

ବୈଶିଙ୍ଗା (ଦୀପକ କୁମାର ସିଂହ):ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳ ପାଲଟିଛି ଚୋର ଓ ଲୁଟେରାଙ୍କ ଚରାଭୂଇଁ l ପୁଲିସକୁ ମୋଟେ ଭୟ ନାହିଁl ନିକଟ ଅତୀତରେ ଏକାଧିକ ଚୋରି ଡକାୟତି ଘଟି ଯାଇଥିବାବେଳେ ଗତରାତିରେ ଜାରକା ଛକ ଉପକଣ୍ଠ ପତଡା ଗ୍ରାମର ଯୁଗପୁରା ରାସ୍ତାପାର୍ଶ୍ୱରେ ଥିବା ଜନୈକ ବ୍ୟକ୍ତିଙ୍କ ଘରେ ପରିବାର ବର୍ଗ ଶୋଇଥିବା ସତ୍ତ୍ବେ ମଧ୍ୟ ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ l

ଗତକାଲି ରାତ୍ରି ଭୋଜନ ସାରି ପତଡା ଗ୍ରାମର ଜାରକା-ଯୁଗପୁରା ରାସ୍ତାପାର୍ଶ୍ୱରେ ଘର କରିଥିବା ହରିଶଚନ୍ଦ୍ର ପଞ୍ଜା ଓ ତାଙ୍କ ସ୍ତ୍ରୀ ଗୋଟିଏ ରୁମରେ ଶୋଇଥିବାବେଳେ ଅନ୍ୟ ଗୋଟିଏ ରୁମରେ ତାଙ୍କ ଝିଅଜ୍ୱାଇଁ ଶୋଇବାକୁ ଯାଇଥିଲେl ତାଙ୍କର ୨ପୁଅ ଖଡ଼ଗପୁରରେ ଚାକିରି କରି ରହୁଥିବାବେଳେ ତାଙ୍କ ବଡ଼ ପୁଅର ଶୋଇବା ଗୃହ ବନ୍ଦ ଥିଲାl ବିଳମ୍ବିତ ରାତିରେ ଏକାଧିକ ଦୁର୍ବୃତ୍ତ ଘର ପଛପଟୁ ତାର ବାଡ ଭାଙ୍ଗି ପଶିଥିଲେ ଓ ପରେ ବଡ଼ ପୁଅର ରୁମରେ ଝରକା ଗ୍ରିଲ ଭାଙ୍ଗି ପଶିଥିଲେl ପରେ ରୁମର ଭିତର ପଟୁ ତାଲା ମାରି ଭିତରେ ଥିବା ଗଡ଼ରେଜ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ନଗଦ ଟଙ୍କା ଲୁଟିନେଇ ପୁଣି ଘର ପଛ ପଟେ ଚମ୍ପଟ ମାରିଥିଲେl

ସକାଳୁ ଘର ଝାଡୁ ମରିବା ପାଇଁ ରୁମ ଖୋଲିବାକୁ ଚେଷ୍ଟା କରି ପରିବାର ଲୋକ ଜାଣିବାକୁ ପାଇଥିଲେ କି ରୁମ ଭିତର ପଟୁ ତାଲା ମରାଯାଇଛି । ପରେ ଘର ପଛପଟେ ଯାଇ ଦେଖିବାକୁ ପାଇଥିଲେ କି ଝରକା ଗ୍ରିଲ ତଡା ଯାଇ ଭିତରେ ପଶି ଗଡ଼ରେଜ ତାଲା ଭାଙ୍ଗି ସର୍ବସ୍ୱ ଲୁଟି ନେଇଛନ୍ତି ଦୁର୍ବୃତ୍ତl ଏନେଇ ହରିଶ୍ଚନ୍ଦ୍ର ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କଲା ପରେ ପୁଲିସ ୧୪୬/୨୬ନଂରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛିl ତେବେ ସକାଳୁ ୮ଟା ବେଳେ ଏତେଲା ଦେବା ସତ୍ୱେ ପୁଲିସ ଦିନ ୧. ୩୦ମିନିଟରେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପରିବାର ଲୋକl ଅନ୍ୟପଟେ ପୁଲିସ ସାଇଣ୍ଟିଫିକ ଟିମ୍‌ ନେଇ ତଦନ୍ତ କରିବାର ପ୍ରତିଶ୍ରୁତି ଦେଇଥିବା ଯୋଗୁଁ ଏବେବି ସେଇ ରୁମକୁ ବନ୍ଦ ରଖାଯାଇଛିl

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button