ମହାନଗର

Rameshwaram: କିଟିକିଟି ଅନ୍ଧାରରେ ରାମେଶ୍ବର ମନ୍ଦିର

ଦୁଇ ଦିନ ପରେ ଶ୍ରୀଲିଙ୍ଗରାଜ ରାମେଶ୍ବର ମନ୍ଦିରକୁ ଯାତ୍ରା କରିବେ ଓ ପୂଜା ଗ୍ରହଣ କରିବେ। ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଦେବୀ ରୁକ୍ମିଣୀ.....

ଭୁବନେଶ୍ବର: ଦୁଇ ଦିନ ପରେ ଶ୍ରୀଲିଙ୍ଗରାଜ ରାମେଶ୍ବର ମନ୍ଦିରକୁ ଯାତ୍ରା କରିବେ ଓ ପୂଜା ଗ୍ରହଣ କରିବେ। ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଦେବୀ ରୁକ୍ମିଣୀ ରଥାଋଢ ହୋଇଆସିବେ। ତେବେ ମନ୍ଦିରର ବିଦ୍ୟୁତ୍‌ କାଟି ଦିଆଯାଇଛି। ବିଦ୍ୟୁତ୍‌ ବିଲ୍‌ ପୈଠ ହୋଇନଥିବାରୁ ଟାଟା ପାୱାର ପକ୍ଷରୁ ଆଜି ଅପରାହ୍ଣରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି।

ଫଳରେ ରାମେଶ୍ବର ମନ୍ଦିର, ସମ୍ମୁଖସ୍ଥ ଲ‌କ୍ଷ୍ମଣେଶ୍ବର ମନ୍ଦିର, ଭରତେଶ୍ବର ମନ୍ଦିର, ଶତ୍ରୁଘ୍ନେଶ୍ବର ମନ୍ଦିର ମଧ୍ୟ ଅନ୍ଧକାର ଭିତରେ ରହିଛି। ଏଏସ୍ଆଇ (କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ) ପକ୍ଷରୁ ବିଲ୍‌ ପୈଠ ହୋଇନଥିବାରୁ ଏହି ସଂଯୋଗ କଟାଯାଇଛି ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି। ଏନେଇ ଏଏସ୍ଆଇ ଭୁବନେଶ୍ବର ଜୋନ୍‌ ମୁଖ୍ୟ ଏନ୍‌କେ ସ୍ବାଇଁଙ୍କୁ ପଚାରିବାରୁ, ସେ କିଛି କହିନଥିବା ବେଳେ ସ୍ଥାନୀୟ ଲୋକ କ୍ଷୁବ୍ଧ ହୋଇଛନ୍ତି। ମନ୍ଦର କମିଟି ପକ୍ଷରୁ ଯୋଗୀନାଥ ପ୍ରଧାନ କୁହନ୍ତି, ସବୁ ଜମି ଶ୍ରୀଲିଙ୍ଗରାଜଙ୍କର। ବର୍ତ୍ତମାନ ଟାଟା ପାୱାର ଥିବା କାର୍ଯ୍ୟାଳୟ ପୂର୍ବ ରେକର୍ଡ ଅନୁଯାୟୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜମି ଉପରେ ଠିଆହୋଇଛି। ତେବେ ଠାକୁର ଆସିବା ଦୁଇ ଦିନ ପୂର୍ବରୁ ବିଦ୍ୟୁତ ବିଚ୍ଛିନ୍ନ କରିବା ଏବଂ ଏଏସ୍ଆଇ ବିଲ୍‌ ପୈଠ ନ କରିବା ଅତ୍ୟନ୍ତ ନିନ୍ଦନୀୟ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button