ବିଜୁବାବୁଙ୍କ ପ୍ରତି ଅପମାନ: ସାଂସଦଙ୍କ ମନ୍ତବ୍ୟ ପ୍ରତିବାଦରେ ପଦ ଛାଡ଼ିଲେ ସସ୍ମିତ ପାତ୍ର
ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦରୁ ଦେଲେ ଇସ୍ତଫା । କମିଟିର ଅଧ୍ୟକ୍ଷ ପଦରେ ନିଶିକାନ୍ତ ଥିବାରୁ ପ୍ରତିବାଦ କରି ଦେଲେ ଇସ୍ତଫା । ସସ୍ମିତ ପାତ୍ର କହିଲେ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ଅପମାନଜନକ, ମିଥ୍ୟା ଓ ଆଧାରହୀନ ।

ଭୁବନେଶ୍ବର: ବିଜୁ ବାବୁଙ୍କ ବିରୋଧରେ ଅପମାନଜନଜ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସସ୍ମିତ ଏହି ପଦକ୍ଷେପ ଗ୍ରହଣ କରି ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦ ଛାଡ଼ିଛନ୍ତି। କାରଣ ନିଶିକାନ୍ତ ଦୁବେ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ରବିବାର ନିଜର ଇସ୍ତଫା ପତ୍ର ପଠାଇଛନ୍ତି।
କାହିଁକି ଦେଲେ ଇସ୍ତଫା?
ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ନିଶିକାନ୍ତଙ୍କ ମନ୍ତବ୍ୟ ଅପମାନଜନକ, ମିଥ୍ୟା ଓ ଆଧାରହୀନ। ବିଜୁ ବାବୁ ଜଣେ ଆନ୍ତର୍ଜାତିକସ୍ତରର ବିଶିଷ୍ଟ ବ୍ୟକ୍ତିତ୍ୱ, କିମ୍ବଦନ୍ତୀ ପୁରୁଷ ଥିଲେ। ଭାରତର ବିଶ୍ୱ କୂଟନୀତି ନିଶ୍ଚିତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷିୟମାନଙ୍କୁ ସମର୍ଥନ କରିବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା।
VIDEO | In protest to BJP MP Nishikant Dubey’s statement against Biju Patnaik, BJD MP Sasmit Patra (@sasmitpatra) resigns from the Communications and IT Committee.Sasmit Patra says, “Yesterday, the Bharatiya Janata Party MP, Nishikant Dubey ji, in a public statement made some…pic.twitter.com/O9utqGyVHe
— Press Trust of India (@PTI_News)March 29, 2026
କ’ଣ ଲେଖିଛନ୍ତି ସସ୍ମିତ?
ସସ୍ମିତ ପାତ୍ର ଏକ୍ସରେ ଲେଖିଛନ୍ତି, ସେ ସର୍ବଦା ଆନ୍ତର୍ଜାତୀୟ ଏବଂ ବିଶ୍ୱ ସ୍ତରରେ ମାତୃଭୂମି ଭାରତର ସେବାରେ ନିୟୋଜିତ ଥିଲେ। କିନ୍ତୁ ତାଙ୍କୁ କିଛି ଅପମାନଜନକ ସନ୍ଦର୍ଭ ସହିତ ଯୋଡିବା ଏବଂ ବୟାନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ପ୍ରତିବାଦ ସ୍ଵରୂପ, ମୁଁ କେବଳ ଏହାକୁ ନିନ୍ଦା କରିନାହିଁ ବରଂ ମୁଁ ଯୋଗାଯୋଗ ଏବଂ ଆଇଟି କମିଟିର ସଦସ୍ୟ ଭାବରେ କମିଟିରୁ ମଧ୍ୟ ଇସ୍ତଫା ଦେଇଛି। ଭାରତୀୟ ଜନତା ପାର୍ଟିର ନେତାମାନେ ଓଡ଼ିଆ ଅସ୍ମିତା ବିଷୟରେ କଥା ହୁଅନ୍ତି। କିନ୍ତୁ ସେମାନେ ଏତେ ନିମ୍ନସ୍ତରକୁ ଖସିଯାଉଛନ୍ତି କିପରି ?
ସୋସିଆଲ ମିଡିଆରେ ତୀବ୍ର ନିନ୍ଦା:
ଜଣେ କିମ୍ବଦନ୍ତୀ ପୁରୁଷଙ୍କ ବିରୁଦ୍ଧରେ ଏପରି ଅପମାନଜନକ, ମିଥ୍ୟା ଏବଂ ମନଗଢ଼ା ବୟାନ କିପରି ଦେଉଛନ୍ତି।‘ଏକ୍ସ’ ଜରିଆରେ ନିଶିକାନ୍ତଙ୍କ ମନ୍ତବ୍ୟକୁ ସାଂସଦ ମାନସ ମଙ୍ଗରାଜ ମଧ୍ୟ ନିନ୍ଦା କରିଛନ୍ତି।ଉଲ୍ଲେଖନୀୟ ୧୯୬୨ ଚୀନ ଯୁଦ୍ଧ କଥା ଉଠାଇ ବିଜୁ ବାବୁଙ୍କୁ ଟାର୍ଗେଟ୍ କରିଥିଲେ ନିଶିକାନ୍ତ।ଆମେରିକା ଟଙ୍କାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁଙ୍କ ଯୁଦ୍ଧ ଲଢ଼ିଥିଲେ।
ଆଉ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଏଥିରେ ଭୂମିକା ନିଭାଇଥିଲେ। ଆମେରିକା ସରକାର ଓ ସିଆଇଏ ମଧ୍ୟରେ ସେତୁ ଭାବେ କାମ କରିଥିଲେ ବିଜୁବାବୁ। ନେହରୁ USA ରାଷ୍ଟ୍ରଦୁତଙ୍କୁ କହିଥିଲେ ତୁମେ ତୁମ କାମ କର, ମୁଁ ବିଜୁଙ୍କୁ ପଠାଇଛି। ଓଡ଼ିଶାର ଚାରବାଟିଆ ଏୟାର ବେସ୍ରେ ଆମେରିକା ବିମାନକୁ ଆଶ୍ରୟ ଦେଇଥିଲେ।
ସୌଜନ୍ୟ Prameya News7




