ବିଶେଷ

କିମାଶ୍ଚର୍ଯ୍ୟମ୍‌: ବୁଦ୍ଧରୋଏଡ୍‌ ଦେଉଛି ଧର୍ମୋପଦେଶ

ଜାପାନର କ୍ୟୋତୋରେ ରହିଛି ସୋରେନ୍‌-ଇନ୍‌ ନାମକ ବୌଦ୍ଧ ମନ୍ଦିର। ନିକଟରେ ଏହି ମନ୍ଦିରରେ କୃତ୍ରିମ ବୁଦ୍ଧିମତ୍ତା ଚାଳିତ ଏକ ରୋବଟ୍‌କୁ ବୌଦ୍ଧ ସନ୍ନ୍ୟାସୀ ରୂପେ ନିଯୁକ୍ତ କରାଯାଇଛି। କ୍ୟୋତୋ ବିଶ୍ବବିଦ୍ୟାଳୟର ଏକ ଗବେଷକ ଦଳ ଏହାକୁ ପ୍ରସ୍ତୁତ କରିଛନ୍ତି।

ଜାପାନର କ୍ୟୋତୋରେ ରହିଛି ସୋରେନ୍‌-ଇନ୍‌ ନାମକ ବୌଦ୍ଧ ମନ୍ଦିର। ନିକଟରେ ଏହି ମନ୍ଦିରରେ କୃତ୍ରିମ ବୁଦ୍ଧିମତ୍ତା ଚାଳିତ ଏକ ରୋବଟ୍‌କୁ ବୌଦ୍ଧ ସନ୍ନ୍ୟାସୀ ରୂପେ ନିଯୁକ୍ତ କରାଯାଇଛି। କ୍ୟୋତୋ ବିଶ୍ବବିଦ୍ୟାଳୟର ଏକ ଗବେଷକ ଦଳ ଏହାକୁ ପ୍ରସ୍ତୁତ କରିଛନ୍ତି। ଏହାର ନାମ ରଖାଯାଇଛି ‘ବୁଦ୍ଧରୋଏଡ୍‌’। ଜାପାନର ଯୁବପିଢ଼ି ଧର୍ମରୁ ଦୂରେଇ ଯାଉଥିବା ସଙ୍ଗେ ସଙ୍ଗେ ଜନସଂଖ୍ୟା ହ୍ରାସ ଯୋଗୁଁ ଧାର୍ମିକ ପ୍ରତିଷ୍ଠାନଗୁଡ଼ିକୁ ଚଳାଇ ରଖିବା କଷ୍ଟକର ହେଉଛି।

ଏଥିପାଇଁ ମନ୍ଦିରର ପୂଜକ ଭାବେ କାମ କରିବାକୁ ଲୋକ ମିଳୁନାହାନ୍ତି। ଫଳସ୍ବରୂପ ସେଠାରେ ଅନେକ ମନ୍ଦିର ବନ୍ଦ ହୋଇଗଲାଣି। ୨୦୪୦ ବେଳକୁ ଜାପାନର ପାଖାପାଖି ୩୦% ବୁଦ୍ଧ ମନ୍ଦିର ବନ୍ଦ ହୋଇଯିବ ବୋଲି ଅନୁମାନ କରାଯାଉଛି। ତେଣୁ ଧାର୍ମିକ ପରମ୍ପରାର ସଂରକ୍ଷଣ ପାଇଁ ରୋବଟ୍‌ ସନ୍ନ୍ୟାସୀର ସାହାଯ୍ୟ ନିଆଯାଉଛି। ବୁଦ୍ଧରୋଏଡ୍‌ର ଏଆଇ ବ୍ୟବସ୍ଥାକୁ ବୌଦ୍ଧ ଧର୍ମର ବିଭିନ୍ନ ଗ୍ରନ୍ଥ ସହିତ ପ୍ରଶିକ୍ଷିତ କରାଯାଇଛି। ତେଣୁ ଏହା ଜଣେ ଅସଲି ବୌଦ୍ଧ ସନ୍ନ୍ୟାସୀ ପରି ଲୋକମାନଙ୍କୁ ଆଧ୍ୟାତ୍ମିକ ମାର୍ଗଦର୍ଶନ କରାଇବା ସହିତ ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ଦେଉଛି, ସାମାଜିକ ସମସ୍ୟାର ସମାଧାନର ବାଟ ବତାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button