ଅପରାଧଓଡିଶାମହାନଗର

Vigilance Raid ଭିଜିଲାନ୍‌ସ ଜାଲରେ ଓପିଏଚ୍‌ଡବ୍ଲୁସି ଡେପୁଟି ମ୍ୟାନେଜର

Vigilance Raid ଭିଜିଲାନ୍‌ସ ଜାଲରେ ଓପିଏଚ୍‌ଡବ୍ଲୁସି ଡେପୁଟି ମ୍ୟାନେଜର

ଭୁବନେଶ୍ବର: ଭିଜିଲାନ୍‌ସ ଜାଲରେ ପୁଲିସ ବିଭାଗର ଆଉ ଏକ ବଡ଼ ଅଧିକାରୀ ଧରାଦେଇଛନ୍ତି। ଲାଞ୍ଚ ଟଙ୍କା ସଂଗ୍ରହ କରି ନେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ଚଢ଼ାଉ କରି ଓପିଏଚ୍‌ଡବ୍ଲୁସିର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଇଙ୍କ ନିକଟରୁ ନଗଦ ୫ଲକ୍ଷ ଟଙ୍କା ଜବତ କରିଛି। ଏହାପରେ ତାଙ୍କର ଘର ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇ ପ୍ରାୟ ୪୦ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି।

ସୂଚନାନୁସାରେ, ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟଙ୍କ ୱାରେଣ୍ଟ ବଳରେ ଭିଜିଲାନ୍‌ସ ଟିମ୍‌ ସମ୍ବଲପୁର ରେଳ ଷ୍ଟେସନ୍‌ରେ ଅଟକାଇ ଯାଞ୍ଚ କରିଥିଲେ। ଶ୍ରୀଭୋଇଙ୍କ ନିକଟ‌ରୁ ୫ଲକ୍ଷ ଟଙ୍କା ନଗଦ ମିଳିଥିଲା। ଏହି ଟଙ୍କାର ସେ ଲାଞ୍ଚ ନେଇଥିବା ସନ୍ଦେହ କରାଯାଉଛି। ଏହାପରେ ତାଙ୍କର ସମ୍ବଲପୁର, ଭୂବନେଶ୍ବର ଓ ଭଞ୍ଜନଗର ଥିବା ବାସଭବନରେ ଚଢ଼ାଉ କରାଯାଇଛି।

ଭୁବନେଶ୍ବରର ରସୁଲଗଡ଼ ଠାରେ ଥିବା ପୁଲିସ କଲୋନୀର କ୍ବାଟର ନଂ ଭି/୧୬ ବାସଭବନରୁ ୫ଲକ୍ଷ ଟଙ୍କା ନଗଦ ମିଳିଥିବା ବେଳେ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ବିଡିଏ ହାଉସିଂ ବୋର୍ଡର ଏମ୍‌ଆଇଜି କଲୋନୀରେ ଥିବା ତାଙ୍କ ଭଉଣୀଙ୍କ ଘରୁ ୭୦ଟି ୫୦୦ଟଙ୍କିଆ ନୋଟ୍‌ ବିଡ଼ା ଜବତ ହୋଇଛି।

Note Bundle

ଖବର ଲେଖାଯିବା ବେଳେ ଚଢ଼ାଉ ଜାରି ରହିଥିବା ଜଣାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button