Janaki Ballabh Patnaik: ଜାନକୀ ପଟ୍ଟନାୟକଙ୍କ ଉପରେ ଦୁଇଦିନିଆ ରାଷ୍ଟ୍ରୀୟ ସଂଗୋଷ୍ଠୀ
କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଓ ଆସାମର ପୂର୍ବ ରାଜ୍ୟପାଳ, କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ, ବିଶିଷ୍ଟ ସାହିତ୍ୟିକ ତଥା ତିରୁପତି ରାଷ୍ଟ୍ରିୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳାଧିପତି ଓ ଶ୍ରୀଜଗନ୍ନାଥ ସଂସ୍କୃତ...

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଓ ଆସାମର ପୂର୍ବ ରାଜ୍ୟପାଳ, କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ, ବିଶିଷ୍ଟ ସାହିତ୍ୟିକ ତଥା ତିରୁପତି ରାଷ୍ଟ୍ରିୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳାଧିପତି ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଜ୍ଞାନବାଚସ୍ପତି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ‘ସଂସ୍କୃତ ସାହିତ୍ୟ ପ୍ରତି ଯୋଗଦାନ’ ବିଷୟରେ ଏକ ଦୁଇଦିନିଆ ରାଷ୍ଟ୍ରୀୟ ସଂଗୋଷ୍ଠୀର ଆୟୋଜନ ଖୁବ ଶୀଘ୍ର କରାଯିବ ବୋଲି ଏକାଡେମୀର ସାଧାରଣ ପରିସଦ ଓ କାର୍ଯ୍ୟକାରିଣୀ ପରିଷଦ ଗତ ୩୦ ତାରିଖ ସୋମବାର ଦିନ ଅନୁଷ୍ଠିତ ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ଏହି ସଂଗୋଷ୍ଠୀ ଶ୍ରୀପଟ୍ଟନାୟକଙ୍କର ଜନ୍ମଶତ ବାର୍ଷିକୀ ମହୋତ୍ସବ ପାଳନ ଅବସରରେ ତିରୁପତି ଠାରେ ରାଷ୍ଟ୍ରିୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସହଯୋଗ ଓ ତତ୍ତ୍ୱାବଧନରେ ସାହିତ୍ୟ ଏକାଡେମୀ ତରଫରୁ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ପ୍ରକାଶଥାଉକି, ୨୦୧୫ ମସିହା ଅପ୍ରେଲ ୨୧ ତାରିଖ ଦିନ ଶ୍ରୀଯୁକ୍ତ ପଟ୍ଟନାୟକ ତିରୁପତି ରାଷ୍ଟ୍ରିୟ ସଂସ୍କୃତ ବିଶ୍ୱବିଦ୍ୟଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ତିରୁପତି ରେ ଥିବା ସମୟରେ ହିଁ ୯୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ସୌଜନ୍ୟ ସମ୍ବାଦ




