ବିଶେଷ

Beauty: କିମାଶ୍ଚର୍ଯ୍ୟମ୍‌: ଅଦ୍ଭୁତ ସୌନ୍ଦର୍ଯ୍ୟ ଟ୍ରେଣ୍ଡ୍‌

ସୌନ୍ଦର୍ଯ୍ୟ ବୃଦ୍ଧି ତଥା ଚର୍ମକୁ ସୁସ୍ଥ ଓ ସତେଜ ରଖିବା ପାଇଁ ନିୟମିତ ବ୍ୟବଧାନରେ ନୂଆ ନୂଆ ପଥି ଲୋକମାନେ ପ୍ରୟୋଗ କରୁଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ଖୁବ୍ କମ୍ ସମୟରେ ପ୍ରସାରଲାଭ କରି ସେଗୁଡ଼ିକ ଟ୍ରେଣ୍ଡ୍‌ ପାଲଟିଯାଉଛି।

ସୌନ୍ଦର୍ଯ୍ୟ ବୃଦ୍ଧି ତଥା ଚର୍ମକୁ ସୁସ୍ଥ ଓ ସତେଜ ରଖିବା ପାଇଁ ନିୟମିତ ବ୍ୟବଧାନରେ ନୂଆ ନୂଆ ପଥି ଲୋକମାନେ ପ୍ରୟୋଗ କରୁଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ଖୁବ୍ କମ୍ ସମୟରେ ପ୍ରସାରଲାଭ କରି ସେଗୁଡ଼ିକ ଟ୍ରେଣ୍ଡ୍‌ ପାଲଟିଯାଉଛି। ସେଭଳି ଏକ ନୂଆ ଟ୍ରେଣ୍ଡ୍‌ ହେଲା ‘ବକଲ୍‌ ଫେସିଆଲ୍‌’। ଏହି ପ୍ରକ୍ରିୟା ଯେତିକି ଅଭିନବ ସେତିକି ଅଦ୍ଭୁତ। ଏଥିରେ ମୁହଁର ବାହ୍ୟଚର୍ମ ସମେତ ଭିତରପଟୁ ମଧ୍ୟ ମାଲିସ କରାଯାଏ। ପ୍ରଶିକ୍ଷିତ ଥେରାପିଷ୍ଟ ପାଟିରେ ଆଙ୍ଗୁଳି ପୂରାଇ ଚର୍ମକୁ ଟାଣି, ଚିପି ମାଲିସ୍ କରିଥାନ୍ତି। ଏହି ଫେସିଆଲ୍‌ ପ୍ରକ୍ରିୟା ୪୫ରୁ ୭୫ ମିନିଟ୍‌ ଧରି ଚାଲେ।

ଭାବିବାକୁ  ଅରୁଚିକର ଲାଗିଲେ ବି ଏହି ପ୍ରକ୍ରିୟା ଦ୍ବାରା ବେକ ଓ ମୁଖମଣ୍ଡଳରେ ରକ୍ତ ସଂଚାଳନ ସୁଗମ ହୁଏ ବୋଲି ଦାବି କରାଯାଉଛି। ପ୍ରଥମେ ପ୍ରଥମେ ପାଟି ଭିତରେ ଅନ୍ୟଜଣଙ୍କ ଆଙ୍ଗୁଳି ଅଖାଡ଼ୁଆ ଲାଗେ, କିନ୍ତୁ କିଛି ମିନିଟ୍‌ ପରେ ଏହା ଆରାମ ଦେଇଥାଏ ବୋଲି ଏହି ଟ୍ରେଣ୍ଡ୍‌ ଅନୁସରଣ କରୁଥିବା ଅଧିକାଂଶ ମହିଳା କହୁଛନ୍ତି। ‘ବକଲ୍‌ ଫେସିଆଲ୍‌’ କଲେ ମୁହଁ ଭିତରେ ଥିବା ଗ୍ରନ୍ଥୀଗୁଡ଼ିକରୁ ଅତିରିକ୍ତ ତରଳ ନିଗିଡ଼ିଯିବା ଯୋଗୁଁ ମୁହଁର ଫୁଲା ବି କମିଯାଏ। ମୁଖମଣ୍ଡଳ ଯୁବସୁଲଭ ଦିଶେ। ତେଣୁ ଏହାକୁ ‘ଫେସ୍‌ଲିଫ୍‌ଟ’ ପରି ସର୍ଜରି ତଥା ବୋଟକ୍ସ ଇଞ୍ଜେକ୍‌ସନ୍‌ର ବିକଳ୍ପ ଭାବେ ଜେନ୍‌ ଜି ପିଢ଼ିର ମହିଳାମାନେ ପ୍ରୟୋଗ କରୁଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button