ଓଡିଶା
Under-15 Archery: ଦୁର୍ଗାଦତ୍ତ-ସଞ୍ଜଳିଙ୍କୁ କାଂସ୍ୟ
ଜାତୀୟ ୧୫ବର୍ଷରୁ କମ୍ ତୀରନ୍ଦାଜି ପ୍ରତିଯୋଗିତାର ଇଣ୍ଡିଆନ୍ ରାଉଣ୍ଡ୍ ଇଭେଣ୍ଟ୍ର ଦଳଗତ ମିଶ୍ରିତ ବର୍ଗରେ ଓଡ଼ିଶାର ଦୁର୍ଗାଦତ୍ତ ମେହେର ଓ ସଞ୍ଜଳୀ ଓରାମ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରଠାରେ ଚାଲିଥିବା ଜାତୀୟ ୧୫ବର୍ଷରୁ କମ୍ ତୀରନ୍ଦାଜି ପ୍ରତିଯୋଗିତାର ଇଣ୍ଡିଆନ୍ ରାଉଣ୍ଡ୍ ଇଭେଣ୍ଟ୍ର ଦଳଗତ ମିଶ୍ରିତ ବର୍ଗରେ ଓଡ଼ିଶାର ଦୁର୍ଗାଦତ୍ତ ମେହେର ଓ ସଞ୍ଜଳୀ ଓରାମ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
ଚଳିତମାସ ୭ ତାରିଖରେ ଶେଷ ହୋଇଥିଲା ଖେଳ
ଏହି ପ୍ରତିଯୋଗିତା ଗତମାସ ୨୬ରୁ ଆରମ୍ଭ ହୋଇ ଚଳିତମାସ ୭ ତାରିଖରେ ଶେଷ ହେବାର ଅଛି। ଏହି ଅବସରରେ ମଧ୍ୟପ୍ରଦେଶର ୧୧ବର୍ଷୀୟ ତୀରନ୍ଦାଜ ସୋହିତ କୁମାର ୧୫ବର୍ଷରୁ କମ କମ୍ପାଉଣ୍ଡ୍ ବର୍ଗରେ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
ସୌଜନ୍ୟ ସମ୍ବାଦ




