ଜାତୀୟ

US_Israel_Iran War ଆମେରିକାର ଦ୍ୱିତୀୟ ଏଫ୍-୩୫ ବିମାନ ଖସାଇଥିବା ଇରାନର ଦାବି

ଆମେରିକାର ଅତି ଶକ୍ତିଶାଳୀ ଯୁଦ୍ଧ ବିମାନ ଏଫ୍‌-୩୫ ପୁଣି ଥରେ ଖସାଇଥିବା ଇରାନ ଦାବି କରିଛି। ଫେବ୍ରୁଆରି ୨୮ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ଇରାନର ଦ୍ୱିତୀୟ ଦାବି। ଶୁକ୍ରବାର ଇରାନ କହିଛି ଯେ ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକ ଏଫ୍-୩୫ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଛି।

ତେହେରାନ: ଆମେରିକାର ଅତି ଶକ୍ତିଶାଳୀ ଯୁଦ୍ଧ ବିମାନ ଏଫ୍‌-୩୫ ପୁଣି ଥରେ ଖସାଇଥିବା ଇରାନ ଦାବି କରିଛି। ଫେବ୍ରୁଆରି ୨୮ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ଇରାନର ଦ୍ୱିତୀୟ ଦାବି। ଶୁକ୍ରବାର ଇରାନ କହିଛି ଯେ ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକ ଏଫ୍-୩୫ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଛି।

ଇସ୍ଲାମିକ୍ ରିପବ୍ଲିକ୍ ଅଫ୍ ଇରାନ ବ୍ରଡକାଷ୍ଟିଂ ଖତମ୍ ଅଲ୍-ଅନବିୟା କେନ୍ଦ୍ରୀୟ ମୁଖ୍ୟାଳୟକୁ ଉଦ୍ଧୃତ କରି କହିଛି ଯେ, ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆର୍‌ଏଏଫ୍ ଲାକେନହିଥ୍ (ରୟାଲ୍ ଏୟାର୍‌ ଫୋର୍ସ ଲାକେନହିଥ୍, ୟୁକେ) ସହିତ ଜଡିତ ସ୍କ୍ୱାଡ୍ରନର ଏକ ବିମାନକୁ ଟାର୍ଗେଟ୍ କରିଛି। ଏହି ଦାବିର ସତ୍ୟତା ଯାଞ୍ଚ ହୋଇନଥିଲେ ମଧ୍ୟ ଇରାନର ସାମରିକ ଅଧିକାରୀମାନେ କହିଛନ୍ତି ଯେ, କେନ୍ଦ୍ରୀୟ ଇରାନରେ ବିମାନଟି ବିସ୍ଫୋରିତ ହେବା ପରେ ପାଇଲଟ୍ ନିହତ ହୋଇଥାଇପାରନ୍ତି। ମାର୍ଚ୍ଚ ୧୯ରେ ଇରାନ ମଧ୍ୟ ସମାନ ଦାବି କରିଥିଲା, ଯେତେବେଳେ ଇରାନ ଏକ ଏଫ୍-୩୫ ଯୁଦ୍ଧ ବିମାନ ଉପରେ ଆକ୍ରମଣ କରିଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button