ରିୟାଦ: ୟୁଏଇର ଆବୁଧାବିରେ ଶୁକ୍ରବାର ଏକ କ୍ଷେପଣାସ୍ତ୍ରର ଭଙ୍ଗା ଅଂଶ ପଡ଼ିବା ଫଳରେ ୫ଭାରତୀୟଙ୍କ ସମେତ ମୋଟ୍ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତ ୫ ଭାରତୀୟ ନାଗରିକ କେବଳ ସାମାନ୍ୟ ଆହତ ହୋଇଛନ୍ତି।
ଆବୁ ଧାବି ମେଡିଆ ଅଫିସ୍ ଅନୁଯାୟୀ ସହରକୁ ନିକ୍ଷେପ କରାଯାଇଥିବା ଏକ କ୍ଷେପଣାସ୍ତ୍ର ଖସାଯିବା ସମୟରେ ଏହାର ଅଂଶ ପଡ଼ି ୫ ଜଣ ଭାରତୀୟ ଆହତ ହୋଇଛନ୍ତି। ଆହତ ହୋଇଥିବା ଅନ୍ୟ ନାଗରିକମାନେ ହେଉଛନ୍ତି ନେପାଳୀ। ମିଳିଥିବା ସୂଚନାନୁଯାୟୀ ଆହତ ୭ ନେପାଳୀ ନାଗରିକଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଅଛି। ଉଲ୍ଲେଖଯୋଗ୍ୟ ଯେ ଇରାନ ବିରୋଧରେ ଆମେରିକା ଏବଂ ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଇରାନ ଲଗାତାର ଭାବେ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିରେ ଆକ୍ରମଣ କରୁଛି। ପୂର୍ବରୁ ମାର୍ଚ୍ଚ ୨୬ ତାରିଖରେ ଆବୁଧାବି ରାସ୍ତାରେ ଏକ କ୍ଷେପଣାସ୍ତ୍ରର ଅଂଶ ପଡ଼ିବା ଫଳରେ ଜଣେ ଭାରତୀୟ ନାଗରିକଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଥିଲା।
ସୌଜନ୍ୟ ସମ୍ବାଦ

