Attack: ‘ମାଇକ୍ରୋସଫ୍ଟ, ଏନ୍ଭିଡିଆର ସମ୍ପୂର୍ଣ୍ଣ ଧ୍ବଂସ…’: ଇରାନ
ବାହାରିନରେ ଥିବା ଏକ ଆମାଜନ କେନ୍ଦ୍ର ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ ଇରାନ ଶୁକ୍ରବାର ଚେତାବନୀ ଦେଇଛି ଯେ, ଏହି ଅଞ୍ଚଳର ସମସ୍ତ ଆଇସିଟି କମ୍ପାନି ଏହାର ଟାର୍ଗେଟ୍ରେ ଅଛନ୍ତି। ଯଦି ଆମେରିକା ଇରାନର ବିଦ୍ୟୁତ୍ କେନ୍ଦ୍ର ଓ ବ୍ରିଜ୍ ଉପରେ...

ତେହେରାନ: ବାହାରିନରେ ଥିବା ଏକ ଆମାଜନ କେନ୍ଦ୍ର ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ ଇରାନ ଶୁକ୍ରବାର ଚେତାବନୀ ଦେଇଛି ଯେ, ଏହି ଅଞ୍ଚଳର ସମସ୍ତ ଆଇସିଟି କମ୍ପାନି ଏହାର ଟାର୍ଗେଟ୍ରେ ଅଛନ୍ତି। ଯଦି ଆମେରିକା ଇରାନର ବିଦ୍ୟୁତ୍ କେନ୍ଦ୍ର ଓ ବ୍ରିଜ୍ ଉପରେ ଆକ୍ରମଣ କରେ, ତେବେ ତୁରନ୍ତ ପ୍ରତିଶୋଧ ନିଆଯିବ।
ଇରାନର ଖାତମ୍ ଅଲ-ଅନବିୟା ମୁଖପାତ୍ର ଏକ ଭିଡିଓ ବାର୍ତ୍ତାରେ ଚେତାବନୀ ଦେଇଛନ୍ତି ଯେ, ଇହୁଦୀ ଶାସନର ସମସ୍ତ ବିଦ୍ୟୁତ୍ କେନ୍ଦ୍ର, ଶକ୍ତି ଭିତ୍ତିଭୂମି ଏବଂ ସୂଚନା ଓ ଯୋଗାଯୋଗ ବ୍ୟବସ୍ଥା ତଥା ଏହି ଅଞ୍ଚଳର ସମସ୍ତ ଆମେରିକୀୟ କମ୍ପାନି ସମ୍ପୂର୍ଣ୍ଣ ବିନାଶର ସମ୍ମୁଖୀନ ହେବେ। ଭିଡିଓରେ ଏହା ମଧ୍ୟ ଦେଖାଯାଇଥିଲା: ଗୁଗୁଲ୍ ଦ୍ୱାରା ଲୁଚା ଯାଇଥିଲେ ମଧ୍ୟ ଆମ ଦୃଷ୍ଟିରୁ କିଛି ଲୁଚି ନାହିଁ। ଏହା ପରେ ଭିଡିଓରେ ୟୁଏଇରେ ଷ୍ଟାର୍ଗେଟ୍ର ଅବସ୍ଥାନକୁ ସୂଚାଯାଇଥିଲା, ଯାହାକୁ ଏକ ଏଆଇ କମ୍ପ୍ୟୁଟିଂ କ୍ଲଷ୍ଟର ଭାବରେ ବର୍ଣ୍ଣନା କରାଯାଇଥିଲା। ଏହାଛଡ଼ା ଏନ୍ଭିଡିଆ, ଓପନ୍ଏଆଇ, ମାଇକ୍ରୋସଫ୍ଟ ଓ ଗୋଲ୍ଡମ୍ୟାନ୍ ସାକ୍ସ ସମେତ ପ୍ରକଳ୍ପର ପ୍ରମୁଖ ସହଭାଗୀ ସଂସ୍ଥାଗୁଡ଼ିକର ଆମେରିକୀୟ ସିଇଓଙ୍କ ଫଟୋ ଦେଖାଯାଇଥିଲା।
ଗୁରୁବାର ଫାଇନାନ୍ସିଆଲ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି ଯେ, ଇରାନର ଆକ୍ରମଣ ପରେ ବାହାରିନରେ ଆମାଜନର କ୍ଲାଉଡ୍ ଅପରେସନ୍ କ୍ଷତିଗ୍ରସ୍ତ ହୋଇଛି। ବାହାରିନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ, ଇରାନର ଆକ୍ରମଣ ହେତୁ ବେସାମରିକ ପ୍ରତିରକ୍ଷା ଦଳ ଏକ କମ୍ପାନିର କୋଠାରେ ନିଆଁ ଲିଭାଇବାରେ ଲାଗିଛନ୍ତି। ଇରାନର ରିଭଲ୍ୟୁସନାରୀ ଗାର୍ଡସ୍ ଦ୍ୱାରା ଧମକ ପରେ ଏହା ଘଟିଛି, ଯାହା ମାଇକ୍ରୋସଫ୍ଟ, ଆପଲ୍, ଗୁଗୁଲ୍ ଓ ମେଟା ସମେତ ମଧ୍ୟପ୍ରାଚ୍ୟରେ କାର୍ଯ୍ୟ କରୁଥିବା ଆମେରିକୀୟ କମ୍ପାନିଗୁଡ଼ିକୁ ଟାର୍ଗେଟ୍ କରିବାକୁ ଚେତାବନୀ ଦେଇଥିଲା।
ସୌଜନ୍ୟ ସମ୍ବାଦ




