Strength: ସତ୍ୟକୁ ଅଣଦେଖା କରାଯାଇପାରିବ ନାହିଁ: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ

ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ଚୀନ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଭାରତ ତୁଳନାରେ ଚୀନ୍ ସାମରିକ ଏବଂ ଆର୍ଥିକ ଦୃଷ୍ଟିରୁ ବହୁ ଗୁଣା ଅଧିକ ଶକ୍ତିଶାଳୀ। ଏହି ସତ୍ୟକୁ ଅଣଦେଖା କରାଯାଇପାରିବ ନାହିଁ।

ନୂଆଦିଲ୍ଲୀ: ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ଚୀନ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଭାରତ ତୁଳନାରେ ଚୀନ୍ ସାମରିକ ଏବଂ ଆର୍ଥିକ ଦୃଷ୍ଟିରୁ ବହୁ ଗୁଣା ଅଧିକ ଶକ୍ତିଶାଳୀ। ଏହି ସତ୍ୟକୁ ଅଣଦେଖା କରାଯାଇପାରିବ ନାହିଁ। ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ସହ କଥାବାର୍ତ୍ତା ସମୟରେ ସେ ଏଭଳି ଦେଇଛନ୍ତି।

ଚୀନ୍ ଆମର ପଡ଼ୋଶୀ, ଏକ ବଡ଼ ଦେଶ, ଏବଂ ଏହାକୁ କମ୍ ଆକଳନ କରିବା ଠିକ୍ ନୁହେଁ। ଚୀନ୍ କେବଳ ଭୂମି କ୍ଷେତ୍ରଫଳରେ ନୁହେଁ ବରଂ ଜନସଂଖ୍ୟାରେ ମଧ୍ୟ ଏକ ବଡ଼ ଦେଶ। ଏହା ବିକଶିତ ଏବଂ ଆମଠାରୁ ଅନେକ ଗୁଣା ଆଗୁଆ ବୋଲି ସେ କହିଛନ୍ତି।

ହମିଦ ଅନସାରୀ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ କାର୍ଯ୍ୟ କରିଛନ୍ତି 

  • ହମିଦ ଅନସାରୀ ୧୯୬୧ ମସିହାରେ ଭାରତୀୟ ବୈଦେଶିକ ସେବାରେ ଯୋଗ ଦେଇଥିଲେ ଏବଂ ବାଗଦାଦ, ରାବାତ, ଜେଦ୍ଦା ଏବଂ ବ୍ରୁସେଲ୍ସରେ ଭାରତୀୟ ମିଶନରେ କାର୍ଯ୍ୟ କରିଥିଲେ
  • ସଂଯୁକ୍ତ ଆରବ ଏମିରେଟ୍ସରେ ରାଷ୍ଟ୍ରଦୂତ (୧୯୭୬-୧୯୭୯)
  • ଷ୍ଟ୍ରେଲିଆରେ ଉଚ୍ଚାୟୁକ୍ତ (୧୯୮୫-୧୯୮୯)
  • ଫଗାନିସ୍ତାନରେ ରାଷ୍ଟ୍ରଦୂତ (୧୯୮୯-୧୯୯୦)
  • ରାନରେ ରାଷ୍ଟ୍ରଦୂତ (୧୯୯୦-୧୯୯୨)
  • ଜାତିସଂଘରେ ସ୍ଥାୟୀ ପ୍ରତିନିଧି, ନ୍ୟୁୟର୍କ (୧୯୯୩-୧୯୯୫)
  • ସାଉଦି ଆରବରେ ରାଷ୍ଟ୍ରଦୂତ (୧୯୯୫-୧୯୯୯)
  • ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ, ଆଲିଗଡ଼ର କୁଳପତି (୨୦୦୦-୨୦୦୨)

ସଲମାନ ଖୁର୍ସିଦ ସୁପ୍ରିମକୋର୍ଟରେ ଜଣେ ବରିଷ୍ଠ ଓକିଲ। ସେ ଜଣେ ଜଣାଶୁଣା ଲେଖକ ଏବଂ ଜଣେ ଅଭିଜ୍ଞ କଂଗ୍ରେସ ନେତା। ସେ ବୈଦେଶିକ ମନ୍ତ୍ରଣାଳୟରେ କ୍ୟାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ସେ ୨୦୦୯ ଲୋକସଭା ନିର୍ବାଚନରେ ​​ଫାରୁଖାବାଦ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ଖୁର୍ସିଦ ୧୯୮୧ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ରେ ସ୍ୱତନ୍ତ୍ର ଡ୍ୟୁଟି ଅଧିକାରୀ ଭାବରେ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ।

ସୌଜନ୍ୟ Prameya News7