Mahandi River Tribunal ଅନ୍ତରୀଣ ରାୟ ପାଇଁ ମହାନଦୀ ଟ୍ରିବୁନାଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ମହାନଦୀ ବଞ୍ଚାଓ ଆନ୍ଦୋଳନ

ଏହି ପରିପ୍ରେକ୍ଷୀରେ ଆସନ୍ତା ୧୩ ତାରିଖରେ ଏକ ବିଚାର ବିମର୍ଷ ସଭା ଆୟୋଜିତ ହେବ l ‘ମହାନଦୀ ଟ୍ରିବୁନାଲର ଭବିଷ୍ୟତ ଓ ମହାନଦୀର ଭାଗ୍ୟ’ ଶୀର୍ଷକ ଏହି ଆଲୋଚନା ସଭା ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ l

ଭୁବନେଶ୍ୱର: ମହାନଦୀ ଟ୍ରିବୁନାଲର ସମୟସୀମା ଚଳିତ ବର୍ଷ ଅପ୍ରିଲ୍‌ ୧୩ରେ ଶେଷ ହେବ। ୯ମାସର ସମୟ ବୃଦ୍ଧି ନହେଲେ ଆସନ୍ତକାଲି ଟ୍ରିବୁନାଲ୍‌ର ଅନ୍ତିମ ଶୁଣାଣି ହେବ। ଏହି ଶୁଣାଣି ସମୟରେ ଏକ ଅନ୍ତରୀଣ ରାୟ ଦେବାକୁ ‘ମହାନଦୀ ବଞ୍ଚାଓ ଆନ୍ଦୋଳନ’ ଦାବି କରିଛି। ଏହି ମର୍ମରେ ସଂଗଠନ ପକ୍ଷରୁ ଟ୍ରିବୁନାଲ୍‌ର ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଏଥିରେ, ଅଣ ମୌସୁମୀ ସମୟରେ ମହାନଦୀରେ ଓଡ଼ିଶାର ଆବଶ୍ୟକତା ଅନୁସାରେ ପାଣି ଛାଡିବାକୁ ଦାବି କରାଯାଇଛି l ଆସନ୍ତାକାଲି ଶୁଣାଣି ସମୟରେ ଓଡିଶାର ଆଡ଼ଭୋକେଟ ଜେନେରାଲ ଏହି ଦାବିକୁ ପ୍ରଭାବି ଢଙ୍ଗରେ ଉପସ୍ଥାପିତ କରୁନ୍ତୁ ବୋଲି ସଂଗଠନ ଅନୁରୋଧ କରିଛି।

 

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ପକ୍ଷରୁ କୁହାଯାଇଛି, ଓଡିଶା ଆଜି ଏକ ତ୍ରିଶଙ୍କୁ ଅବସ୍ଥାରେ l ଗୋଟିଏ ପଟେ ଟ୍ରିବୁନାଲର ଜର୍ଯ୍ୟକlଳ ସରୁଛି, ଅନ୍ୟପଟେ ତଥାକଥିତ ଆପୋଷ ଆଲୋଚନା ପ୍ରକ୍ରିୟା ଆଗକୁ ବଢ଼ି ପାରୁନାହିଁ l ଜଳ ବିବାଦର ସାନଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଢି ସରକାର ଖୁବ ବାହାବା ନେଲେ l ହେଲେ କଣ ଅଗ୍ରଗତି ହୋଇଛି ଏ ଦିଗରେ  ସ୍ପଷ୍ଟ କଲେନାହିଁ।  ଏପରିକି ଏହି କମିଟି କଣ କରିବ ତାହା ମଧ୍ୟ ଓଡ଼ିଶାବାସୀ ଆଜି ପର୍ଯ୍ୟନ୍ତ ଜାଣି ପାରିଲେ ନାହିଁ l ଜାନୁଆରି ୩୧ ଓ ଫେବୃଆରି୧ ତାରିଖରେ ଏହି କମିଟି ଛତିଶଗଡ଼ ଗସ୍ତ କରି ଛତିଶଗଡ଼ରେ ମହାନଦୀର ସ୍ଥିତି ଅନୁଧ୍ୟାନ କରିବାର ଥିଲା, କିନ୍ତୁ ତାହା ହେଲା ନାହିଁ l ସରକାର ଜାନୁଆରି ୨୫ ତାରିଖରେ ଏକ ସର୍ବଦଳୀୟ ବୈଠକ ଡାକିବେ ବୋଲି ଘୋଷଣା କରିଥିଲେ, ସେଇଆ ମଧ୍ୟ ହୋଇପାରିଲାନାହିଁ। ଏହା ସରକାରଙ୍କ ଅପାରଗତା ନା ସମ୍ବେଦନ ହୀନତା ବୋଲି ପ୍ରଶ୍ନ କରି ଏହି ତ୍ରିଶଙ୍କୁ ଅବସ୍ଥାରୁ ମୁକୁଳିବା ପାଇଁ ଓଡ଼ିଶାର ବୁଦ୍ଧିଜୀବୀ, ରାଜନୈତିକ ଦଳ, ସାମାଜିକ ସଂଗଠନ ମାନେ ଆଗେଇ ଆସିବାକୁ ସଂଗଠନ ନିବେଦନ କରିଛି।

ଏହି ପରିପ୍ରେକ୍ଷୀରେ ଆସନ୍ତା ୧୩ ତାରିଖରେ ଏକ ବିଚାର ବିମର୍ଷ ସଭା ଆୟୋଜିତ ହେବ l ‘ମହାନଦୀ ଟ୍ରିବୁନାଲର ଭବିଷ୍ୟତ ଓ ମହାନଦୀର ଭାଗ୍ୟ’ ଶୀର୍ଷକ ଏହି ଆଲୋଚନା ସଭା ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ l ଏଥିରେ ଓଡ଼ିଶାର ସମସ୍ତ ରାଜନୈତିକ ଦଳ, ନଦୀ ଓ ମହାନଦୀ ଉପରେ ଜର୍ଯ୍ୟ କରୁଥିବା ସଂଗଠନ ଓ ବ୍ୟକ୍ତି ବିଶେଷ ତଥା ବୁଶେଷଜ୍ଞ ମାନଙ୍କୁ ଆମନ୍ତ୍ରଣ ଜରାଯିବ l ମହାନଦୀର ସୁରକ୍ଷା ଓ ଓଡ଼ିଶାର ସ୍ୱାର୍ଥ ରକ୍ଷା ଦିଗରେ ଆଗାମୀ ପଦକ୍ଷେପ ବିଷୟରେ ସେଠାରେ ନିଷ୍ପତ୍ତି ନିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ, ସୁଦର୍ଶନ ଦାସ, ଆବାହକ, ପୂର୍ବତନ ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ସହ ଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ମନୋଜ ଜେନା, ପ୍ରବକ୍ତା ପ୍ରସନ୍ନ ବିଶୋଇ, ଅନ୍ୟତମ ସଂଯୋଜକ ପ୍ରଭାସିନୀ ରାଉତ ଉପସ୍ଥିତ ଥିଲେ।

ସୌଜନ୍ୟ Prameya News7