ଜାତୀୟ

TIME 100: ଦୁନିଆର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା, ରଣବୀର କପୁର ଏବଂ ବିକାଶ ଖନ୍ନାଙ୍କ ଜଲଓ୍ବା…

ନୂଆଦିଲ୍ଲୀ:ଦୁନିଆର ସବୁଠୁ ପ୍ରତିଷ୍ଠିତ TIME ମାଗାଜିନ ବୁଧବାର ୨୦୨୬ର TIME100 ତାଲିକା ଜାରି କରିଛି। ଯେଉଁଥିରେ ଭାରତରୁ ଅନେକ ପ୍ରମୁଖ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ଚଳିତ ବର୍ଷ ସୁନ୍ଦର ପିଚାଈ, ରଣବୀର କପୂର ଏବଂ ସେଫ୍ ବିକାଶ ଖନ୍ନାଙ୍କୁ ବୈଶ୍ବିକ ପ୍ରଭାବ ପାଇଁ ସମ୍ମାନିତ କରାଯାଇଛି।

ପ୍ରତିବର୍ଷ ଜାରି ହେଉଥିବା ତାଲିକାରେ ମନୋରଞ୍ଜନ, ପ୍ରଯୁକ୍ତିବିଦ୍ୟା, ଆର୍ଥିକ, କ୍ରୀଡ଼ା, ସମାଜସେବା ଏବଂ ଶିକ୍ଷା କ୍ଷେତ୍ରର ୧୦୦ ସବୁଠୁ ପ୍ରଭାବଶାଳୀ ଲୋକଙ୍କୁ ସାମିଲ କରାଯାଇଥାଏ। TIME ମାଗାଜିନର TIME100 ତାଲିକାରେ ପୂର୍ବରୁ ଶାହରୁଖ ଖାନ୍, ସଚିନ ତେଲକର, ନରେନ୍ଦ୍ର ମୋଦୀ, ଦୀପିକା ପାଦୁକୋନ ଏବଂ ମହାତ୍ମା ଗାନ୍ଧୀ ମଧ୍ୟ ସାମିଲ ହୋଇସାରିଛନ୍ତି।

ଏହା ଗର୍ବର କ୍ଷଣ: ସେଫ୍ ବିକାଶ

ସେଫ୍ ବିକାଶ ଖନ୍ନା ଏହାକୁ ଗର୍ବର କ୍ଷଣ ବୋଲି କହିଛନ୍ତି। ସେ କହିଛନ୍ତି, ୨୦୨୬ର TIME100 ତାଲିକାରେ ସାମିଲ ହେବା ଖୁବ୍ ଗର୍ବର ବିଷୟ। ଏହି ସମ୍ମାନର ଶ୍ରେୟ ସେ ନିଜ ପରିବାରକୁ ଦେଇଛନ୍ତି। ସେ କହିଛନ୍ତି ତାଙ୍କ ଜେଜେମା, ମାଆ ଏବଂ ଭଉଣୀଙ୍କ ତ୍ୟାଗ, ଆଶୀର୍ବାଦ ଏବଂ ମାର୍ଗଦର୍ଶନରେ ସେ ଏହି ସ୍ଥାନରେ ପହଞ୍ଚିଛନ୍ତି।

TIME100 2026ର ଏହି ତାଲିକାରେ ରାଲ୍ଫ ଲରେନ, କ୍ୟାଟ ହଡସନ, ଇଥନ ହକ୍, ମାର୍କ କେଲୀ ଏବଂ ହିଲାରି ନାଇଟଙ୍କ ଭଳି ଅନେକ ପ୍ରସିଦ୍ଧ ଲୋକଙ୍କୁ ସେମାନଙ୍କ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ପାଇଁ ସାମିଲ କରାଯାଇଛି।

ଗତ ବର୍ଷ ହୋଇନଥିଲେ ଜଣେ ବି ଭାରତୀୟ ସାମିଲ

ଟାଇମ ମାଗାଜିନର ୨୦୨୫ର ୧୦୦ ପ୍ରଭାବଶାଳୀ ଲୋକଙ୍କ ତାଲିକାରେ କୌଣସି ଭାରତୀୟଙ୍କ ସାମିଲ କରାଯାଇନଥିଲା। ସେତବେଳେ ୨୧ ବର୍ଷର ଇତିହାସରେ ପ୍ରଥମ ଥର ଯେତେବେଳେ ତାଲିକାରେ କୌଣସି ଭାରତୀୟଙ୍କ ନାଁ ନଥିଲା।

TIME 100 ତାଲିକାରେ ସବୁଠୁ ଅଧିକ ସାମିଲ୍ ହୋଇଥିବା ନେତା

ଟାଇମ ୧୦୦ ତାଲିକାରେ କିଛି ନେତା ଏଭଳି ଅଛନ୍ତି ଯେଉଁମାନଙ୍କ ନାଁ ଏକାଧିକ ଥର ସ୍ଥାନିତ ହୋଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ। ସେ ୧୩ ଥର ଟପ୍ ୧୦୦ ତାଲିକାରେ ସାମିଲ ହୋଇଛନ୍ତି। ସେହିଭଳି ଆମେରିକା ରାଷ୍ଟ୍ରପତି ୧୧ ଥର, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁ ୫ ଥର, ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ୭ ଥର, ଉତ୍ତର କୋରିଆର ସର୍ବୋଚ୍ଚ ନେତା ୮ ଥର ସ୍ଥାନ ପାଇଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More
Back to top button