Telangana High Court: ଦ୍ୱିତୀୟ ବିବାହ କରିଥିଲେ ବି ପ୍ରଥମ ସ୍ୱାମୀଙ୍କ ମୃତ୍ୟୁର ଦୁର୍ଘଟଣା କ୍ଷତିପୂରଣ ପାଇବାକୁ ସ୍ତ୍ରୀ ହକଦାର୍

ହାଇଦ୍ରାବାଦ: ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ତେଲେଙ୍ଗାନା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ମିଳୁଥିବା କ୍ଷତିପୂରଣରେ ଦ୍ବିତୀୟ ବିବାହ ବାଧକ ହେବ ନାହିଁ। ବିଚାରପତି ଏମଜି ପ୍ରିୟଦର୍ଶିନୀ କହିଛନ୍ତି, ଯଦି ମହିଳାଙ୍କ ମୃତ ସ୍ୱାମୀ ବଞ୍ଚିଥାନ୍ତେ, ତେବେ ତାଙ୍କର ପୁନଃବିବାହର ପ୍ରଶ୍ନ ଉଠୁନଥାନ୍ତା। ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ମହିଳା ଯେଉଁ ମାନସିକ ଏବଂ ଆର୍ଥିକ କ୍ଷତି ସହିଥାନ୍ତି ତାହା ପୁନଃବିବାହ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ପୂରଣ କରାଯାଇପାରିବ ନାହିଁ। ହାଇକୋର୍ଟ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ପୁନଃବିବାହ ପରେ ମଧ୍ୟ ଜଣେ ମହିଳା ସମାଜରେ ପୂର୍ବ ପରି ସୁରକ୍ଷା ଏବଂ ସାମାଜିକ ସ୍ଥିତିରେ ସମସ୍ୟାରେ ରହିଥାନ୍ତି। ତେଣୁ ତାଙ୍କର କ୍ଷତିପୂରଣ ପାଇବାର ଅଧିକାର ବଜାୟ ରହିବ।

ହାଇକୋର୍ଟ କହିଛନ୍ତି ଯେ ମୋଟର ଯାନ ଆଇନର ଧାରା ୧୬୬ ଅନୁଯାୟୀ, ମୃତ ସ୍ବମୀଙ୍କ ସମସ୍ତ ଆଇନଗତ ଉତ୍ତରାଧିକାରୀ କ୍ଷତିପୂରଣ ପାଇବାକୁ ସ୍ତ୍ରୀ ହକଦାର୍। ମହିଳାଙ୍କ ପୁନଃବିବାହ ଉପରେ ଏହି ଅଧିକାର ହରାଇବାର କୌଣସି ସ୍ଥାନରେ ବ୍ୟବସ୍ଥା ନାହିଁ। ହାଇକୋର୍ଟ ସ୍ପଷ୍ଟ କରିଛନ୍ତି, ପୁନଃବିବାହ ଦାବି ପାଇଁ ପ୍ରତିବନ୍ଧକ ହୋଇପାରିବ ନାହିଁ, ଏବଂ ବିଧବାଙ୍କ ଅଧିକାର ଆଇନ ଅନୁଯାୟୀ ସୁରକ୍ଷିତ ବୋଲି ଏକ ମାମଲାର ବିଚାର ‌ହାଇକୋର୍ଟ କହିଛନ୍ତି।

ଏହି ମାମଲା ୨୦୦୦ ମସିହାରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ନାଗରାଜୁଙ୍କ ମୃତ୍ୟୁ ସହିତ ଜଡିତ। ତାଙ୍କ ପତ୍ନୀ ଏବଂ ମା’ ପୃଥକ ପୃଥକ କ୍ଷତିପୂରଣ ଆବେଦନ ଦାଖଲ କରିଥିଲେ। ମୋଟର ଦୁର୍ଘଟଣା ଟ୍ରିବ୍ୟୁନାଲ୍ ମା””ଙ୍କ ପାଇଁ ୪ ଲକ୍ଷ ୨୦ ହଜାର ଟଙ୍କା ଏବଂ ସ୍ତ୍ରୀଙ୍କ ୨ ଲକ୍ଷ ଟଙ୍କା ଦାବି କରିଥିଲେ। ମୃତ ନାଗରାଜୁଙ୍କ ମା’ ତାଙ୍କ ବୋହୂଙ୍କ ଦାବିକୁ ଚ୍ୟାଲେଞ୍ଜ କରି ତେଲେଙ୍ଗାନା ହାଇକୋର୍ଟରେ ଆବେଦନ କରିଥିଲେ। ସେ ଯୁକ୍ତି ଦେଇଥିଲେ ଯେ, ତାଙ୍କ ବୋହୂ ସ୍ୱାମୀ ମୃତ୍ୟୁର ୧୦ ମାସ ମଧ୍ୟରେ ପୁନଃବିବାହ କରିଥିଲେ ଏବଂ ତାଙ୍କୁ ଆଉ ଏହି ଦାବି ପାଇଁ ହକଦାର କରାଯିବା ଉଚିତ୍ ନୁହେଁ। ସ୍ତ୍ରୀ ମୃତକଙ୍କ ସମସ୍ତ ଆଇନଗତ ଉତ୍ତରାଧିକାରୀ କ୍ଷତିପୂରଣ ପାଇବାକୁ ହକଦାର୍ କହି ହାଇକୋର୍ଟ ମା’ଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

 

 

ସୌଜନ୍ୟ ସମ୍ବାଦ