President At Rourkela: ରାଉରକେଲାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୧୫୮ କୋଟିର ୪ଟି ପ୍ରକଳ୍ପ ଲୋକାର୍ପଣ କରିବେ

ରାଉରକେଲା: ପ୍ରଥମ ଥର ରାଉରକେଲାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଭାମଞ୍ଚକୁ ପହଂଚିବା ପୂର୍ବରୁ ତାଙ୍କୁ ଓଡ଼ିଶୀ, ସମ୍ବଲପୁରୀ ଓ ଆଦିବାସୀ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଥିଲା। ଏହିବସରରେ ରାଷ୍ଟ୍ରପତି ୧୫୮ କୋଟିର ୪ଟି ପ୍ରକଳ୍ପ ଲୋକାର୍ପଣ କରିବେ।

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ପ୍ରମୁଖ ଉପସ୍ଥିତ ଅଛନ୍ତି।

ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍‌କୁ ଲୋକାର୍ପଣ କରିବେ

ରାଷ୍ଟ୍ରପତି ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର, ଆଦିବାସୀ ସଂଗ୍ରହାଳୟ, କୋଏଲନଗର ମନୋରଞ୍ଜନ ପାର୍କ ଏବଂ ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍‌କୁ ଲୋକାର୍ପଣ କରିବେ। ରାଷ୍ଟ୍ରପତିଙ୍କ ସୁରକ୍ଷାରେ ୪୫ ପ୍ଲାଟୁନ୍‌ ଫୋର୍ସ, ୨ ଶହ ଅଧିକାରୀ ଓ ୮୧୫ ଗୃହରକ୍ଷୀ ନିୟୋଜିତ ରହିଛନ୍ତି। ରାଉରକେଲା ବିମାନବନ୍ଦର, ସେକ୍ଟର-୧୩ ସଭାସ୍ଥଳ, ସମନ୍ବିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଏବଂ ଜନଜାତି ସଂଗ୍ରହାଳୟ, ପାନପୋଷ ସର୍କିଟ୍‌ହାଉସ୍‌ ସମେତ ବିଭିନ୍ନ ଛକରେ ପୁଲିସ ନିୟୋଜିତ ହୋଇଛନ୍ତି।

ସୌଜନ୍ୟ ସମ୍ବାଦ