Lenskart: ଟିକିଲି ଉପରେ କଟକଣା: ଲେନ୍ସକାର୍ଟ ପରେ ଏୟାର ଇଣ୍ଡିଆକୁ ନିନ୍ଦା

ନୂଆଦିଲ୍ଲୀ: ସେଥିପାଇଁ କମ୍ପାନିକୁ କଡ଼ା ନିନ୍ଦା କହିନ୍ଦୁ ଧର୍ମାବଲମ୍ବୀମାନେ ବ୍ୟବହାର କରୁଥିବା ଟିକିଲି ଉପରେ କଟକଣା ଲଗାଇଥିବା ଗୋଟିଏ ପରେ ଗୋଟିଏ ସଂସ୍ଥାର ନାମ ସାମ୍ନାକୁ ଆସୁଛି। କିଛି ଦିନ ପୂର୍ବେ ଲେନ୍ସକାର୍ଟର ଏକ ଗ୍ରୁମିଂ ପଲିସି ଭାଇରାଲ୍ ହୋଇଥିଲା, ଯେଉଁଥିରେ ଟିକିଲି ଓ ଚିତା ଉପରେ କଟକଣା ରହିିଥିବା ଉଲ୍ଲେଖ କରାଯାଇଥିଲା। ରାଯାଇଥିଲା। ବାଧ୍ୟ ହୋଇ କମ୍ପାନିର ପ୍ରତିଷ୍ଠାତା କ୍ଷମା ପ୍ରାର୍ଥନା କରିଥିଲେ। ଏବେ ସେହିଭଳି ଏକ ବିମାନରେ ଛନ୍ଦି ହୋଇପଡ଼ିଛି ଟାଟା ଗ୍ରୁପ୍‌ର ଏୟାରଲାଇନ୍‌ ଏୟାର ଇଣ୍ଡିଆ। କମ୍ପାନି ଏହାର କର୍ମଚାରୀଙ୍କୁ ଟିକିଲି ବ୍ୟବହାର ମନା କରିଥିବା ଜଣାପଡ଼ିବା ପରେ କମ୍ପାନିକୁ କଡ଼ା ନିନ୍ଦା କରାଯାଉଛି। ତେବେ କମ୍ପାନିର ଜଣେ ପ୍ରବକ୍ତା ତାହାକୁ ଏକ ପୁରୁଣା ମାନୁଆଲ କହି ଘଟଣାକୁ ଗୌଣ କରିବାକୁ ଉଦ୍ୟମ କରିଛନ୍ତି। କମ୍ପାନି କ୍ରୁ ସଦସ୍ୟଙ୍କ ଟିକିଲି ବ୍ୟବହାର ଉପରେ କୌଣସି କଟକଣା ନଥିବା ସେ କହିଛନ୍ତି। କ୍ୟାବିନ କ୍ରୁ ସଦସ୍ୟମାନଙ୍କ ପାଇଁ ଏୟାର ଇଣ୍ଡିଆର ଗ୍ରୁମିଂ ଗାଇଡ୍‌ଲାଇନ୍‌ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ଯେଉଁଥିରେ ସିନ୍ଦୁର, ଟିକିଲି ଓ ଚିତା ଆଦି ବ୍ୟବହାରକୁ ନିଷିଦ୍ଧ କରାଯାଇଥିବା ଉଲ୍ଲେଖ ରହିଛି। କପାଳରେ କୌଣସିି ପ୍ରକାର ରଙ୍ଗ ଲଗାଯାଇପାରିବ ନାହିଁ ବୋଲି କୁହାଯାଇଛି। ତେବେ ଟିକିଲିକୁ ସମ୍ପୂର୍ଣ୍ଣ ବାରଣ କରାଯାଇନାହିଁ। ଶାଢ଼ି ପିନ୍ଧିବା ବେଳେ ୫ ଏମ୍ଏମ୍‌ ଟିକିଲି ବ୍ୟବହାରକୁ ଅନୁମତି ଦିଆଯାଇଛି। ଟିକିଲିରେ ଯେଭଳି କୌଣସି ପ୍ରକାର ସୁନା, ରୁପା‌, ଷ୍ଟୋନ୍‌ ଓ ଡିଜାଇନ୍‌ ବ୍ୟବହାର ହୋଇ ନ ଥିବ ତାହା ନିଶ୍ଚିତ କରିବାକୁ କୁହାଯାଇଛି। ତରଳ ଓ ‌ଫେନ୍‌ସି ଟିକିଲିର ଅନୁମତି ଦିଆଯାଇନାହିଁ। ଇଣ୍ଡୋୱେଷ୍ଟର୍ଣ୍ଣ ପୋଷାକ ସହ ଟିକିଲି ବ୍ୟବହାରକୁ ବାରଣ କରାଯାଇଛି। ବେକରେ ଚେନ, ନେକ୍‌ଲେସ୍‌ ଓ ଅନ୍ୟାନ୍ୟ ଅତିରିକ୍ତ ଅଳଙ୍କାର ବ୍ୟବହାରକୁ ମଧ୍ୟ ବାରଣ କରାଯାଇଛି। ବେକରେ ମଙ୍ଗଳସୂତ୍ର, ଫିତା ଆଦି ବ୍ୟବହାରକୁ ମଧ୍ୟ ମନା କରାଯାଇଛି।

ସୌଜନ୍ୟ ସମ୍ବାଦ