ତେହେରାନ: ଇରାନ ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ଜଣେ ଆମେରିକୀୟ ଏଜେଣ୍ଟ ବୋଲି ବର୍ଣ୍ଣନା କରିଛି। ପ୍ରଥମ ଥର ପାଇଁ ଯେ ଇରାନର ସରକାରୀ ଗଣମାଧ୍ୟମ ମଧ୍ୟସ୍ଥି ସାଜିଥିବା ପାକିସ୍ତାନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଇରାନର ସରକାରୀ ଗଣମାଧ୍ୟମ ଦାବି କରିଛି, ପାକିସ୍ତାନ ‘ଡବଲ୍ ଗେମ୍’ ଖେଳୁଛି, ନିଜକୁ ନିରପେକ୍ଷ ବୋଲି ଦେଖାଇ ହେଉଥିବାବେଳେ ପ୍ରକୃତରେ ଆମେରିକା ଆଡକୁ ଢଳୁଛି। ମୁନିର ଇରାନ ନେତାଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ରଖିବାର ଅଭିନୟ କରୁଛନ୍ତି କିନ୍ତୁ ପ୍ରକୃତରେ ଆମେରିକା ପାଇଁ କାମ କରୁଛନ୍ତି। ଇରାନର ସରକାରୀ ଗଣମାଧ୍ୟମ ଇସଲାମାବାଦରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ନେଇ ଲାଗି ରହିଥିବା ଅନିଶ୍ଚିତତା ପାଇଁ ମୁନିରଙ୍କୁ କଡ଼ା ସମାଲୋଚନା କରିଛି । ଇରାନ ପ୍ରତିନିଧିମାନେ ଇସଲାମାବାଦ ଆସିବାକୁ ସ୍ପଷ୍ଟ ମନା କରିଦେଇଥିଲେ। ଏନେଇ ଗତ ସପ୍ତାହରେ ମୁନିର ତେହେରାନ ଗସ୍ତ କରିଥିଲେ। ଇରାନର ସରକାରୀ ଚ୍ୟାନେଲରେ ଇରାନ ବିଶ୍ଳେଷକମାନେ କହିଛନ୍ତି ଯେ, ଜେନେରାଲ ମୁନିର ତେହେରାନ ଗସ୍ତ କରିଥିଲେ ଏବଂ ତାଙ୍କୁ ବ୍ୟକ୍ତିଗତ ଭାବରେ ଆମେରିକାକୁ ଇରାନର ଆନୁଷ୍ଠାନିକ ଡ୍ରାଫ୍ଟ ପ୍ରଦାନ କରିବାର ଦାୟିତ୍ୱ ଦିଆଯାଇଥିଲା, କିନ୍ତୁ ତାଙ୍କ ପକ୍ଷରୁ ଏନେଇ କୌଣସି ପରବର୍ତ୍ତୀ ପ୍ରତିକ୍ରିୟା ମିଳିନାହିଁ।

