ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ପଦ୍ମା ହସ୍ପିଟାଲର ୩୧ତମ ପ୍ରତିଷ୍ଠା ଦିବସ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାହାଳରେ ଅବସ୍ଥିତ ଭୁବନେଶ୍ୱର ଏଲ୍ଜି କନଭେନସନ ସେଣ୍ଟରରେ ଉତ୍ସବଟି ଉଜ୍ଜ୍ୱଳ ଭାବରେ ପାଳନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶନୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଲୋକବିକାଶ ସଂଗଠନର ସଭାପତି ଶ୍ରୀ ଗୋଲଖ ବିହାରୀ ସିଂହ ଉଦ୍ଘାଟନୀ ଉଦ୍ବୋଧନ ରଖିଥିଲେ।
ପଦ୍ମା ହସ୍ପିଟାଲର ପ୍ରତିଷ୍ଠାତା ବିଶ୍ୱନାଥ ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସଂସ୍ଥାର ଉନ୍ନତି ଓ ସେବା ଯାତ୍ରା ବିଷୟରେ ଆଲୋକପାତ କରିଥିଲେ।
୧୫ ଜଣ ବ୍ୟକ୍ତିଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା
ସମାଜରେ ବିଶେଷ ଅବଦାନ ରଖିଥିବା ପ୍ରାୟ ୧୫ ଜଣ ବ୍ୟକ୍ତିଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଗବେଷକ, ସମାଜସେବୀ, ଡାକ୍ତର ଏବଂ ବିଏମଟି ନର୍ସିଂ ଛାତ୍ରଛାତ୍ରୀମାନେ ଥିଲେ। ସମ୍ମାନିତ ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମର ଶେଷରେ ପ୍ରଦୀପ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ।
ସୌଜନ୍ୟ ସମ୍ବାଦ

