ଉପମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତ: ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ସମ୍ପୂର୍ଣ ଶ୍ରୀ ମିଶନ ଯୋଜନା ଶୁଭାରମ୍ଭ କଲେ ପ୍ରଭାତୀ

ଗଞ୍ଜାମ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଠାରୁ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶୁକ୍ରବାର ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ବିଭାଗ ଓ ପର୍ଯ୍ୟଟନ ବିଭାଗର ଜିଲ୍ଲା ସ୍ତରୀୟ ସମୀକ୍ଷା କରିଛନ୍ତିl ପ୍ରଥମେ ଖଲ୍ଲିକୋଟ ସ୍ଥିତ ମା’ ନାରାୟଣୀଙ୍କୁ ଦର୍ଶନ କରି ଅପରାହ୍ନରେ ଛତ୍ରପୁରରେ ପହଂଚିଥିଲେl ଜିଲ୍ଲାରେ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଖିଥିଲେl ବିଭିନ୍ନ ବ୍ଲକରେ କେତେ ଅଙ୍ଗନବାଡି କେନ୍ଦ୍ର ରହିଛି, କେତେକ କେନ୍ଦ୍ରର ନିଜସ୍ୱ କୋଠା ରହିଛି, କେତେ କେନ୍ଦ୍ର ଭଡାରେ ଚାଲିଛି, କେତେ ସ୍କୁଲ କୋଠାରେ ଚାଲିଛି ଏବଂ କେତେକ ଆରମ୍ଭ ହୋଇନି ସେସବୁର ସମୀକ୍ଷା କରିଥିଲେl

ଯେଉଁଠି କୋଠା କାର୍ଯ୍ୟ ଆରମ୍ଭ ହୋଇନି ସେଠାରେ କ’ଣ ସମସ୍ୟା ରହିଛି ତାହାର ରିପୋର୍ଟ ମାଗିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାl ସେହିପରି ପ୍ରାୟ ୧ ହଜାର ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ ଯୋଗାଣ ନଥିବାରୁ ସେଗୁଡିକୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ସାମିଲ କରିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିର୍ଦ୍ଦେଶ ଦେଇଛନ୍ତିl ପ୍ରାୟ ୨ ଶହ କେନ୍ଦ୍ରରେ ରୋଷେଇ ଘର ନାହିଁ, ୫ ସହ କେନ୍ଦ୍ରରେ ଟଏଲେଟ ନଥିବାରୁ ସେଗୁଡ଼ିକ ସମାଧାନ ପାଇଁ କହିଥିଲେ। ୪୪୨ କେନ୍ଦ୍ର ଭଡାଘରେ ଚାଲିଥିବା ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା ସେହିପରି ଛତୁଆ ବଣ୍ଟନରେ ଜିଲ୍ଲାରେ ବହୁ ଅଭିଯୋଗ ଆସୁଛି, ଏଣୁ ମିଶ୍ରଣ ବେଳେ ଅଧିକାରୀମାନେ ଉପସ୍ଥିତ ରହିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।l

ସେହିପରି ସୁଭଦ୍ରା ଯୋଜନାରେ ଜିଲ୍ଲାରେ ୮ ଲକ୍ଷ ୧୬ ହଜାର ୧୬୭ ଜଣ ଯୋଗ୍ୟ ହୋଇଥିବା ବେଳେ ପେମେଣ୍ଟ ଫେଲ ହୋଇଥିବା ୭୬୭ ଜଣଙ୍କ ସମସ୍ୟା ସମାଧାନ କରିବାକୁ କୁହାଯାଇଥିଲାl ସେହିପରି ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ୨୩ ଟି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି l ଆହୁରି ୩୭ ଟି ଜାଗାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି l

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାରେ ସମ୍ପୂର୍ଣ ଶ୍ରୀ ମିଶନ ଯୋଜନା ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଶୁଭାରମ୍ଭ କରିଛନ୍ତି। ଆସନ୍ତା କାଲି ଉପମୁଖ୍ୟମନ୍ତ୍ରୀ ଗୋପାଳପୁର, ସୋନାପୁର ବିଚ ଓ ତମ୍ପରା ବୁଲି ସେଠାରେ ଉନ୍ନତି କାର୍ଯ୍ୟର ତଦାରଖ କରିବେ।

ସୌଜନ୍ୟ Prameya News7