Breakingଦେଶ ବିଦେଶ

Education: ଜିଏମଏପିଭି ଯୋଜନା ଅଧୀନରେ ବିଦ୍ୟାଳୟ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମଏପିଭି) ଯୋଜନା ଅଧୀନରେ ବିଦ୍ୟାଳୟ ନିର୍ମାଣ ପାଇଁ ୫ ଏକର ଉପଯୁକ୍ତ ଜମି ଅଗ୍ରାଧିକାର ଭିତ୍ତିରେ ଚିହ୍ନଟ କରିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରିବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି l

ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସମନ୍ୱୟରେ ବିଦ୍ୟାଳୟ ନିର୍ମାଣ ପାଇଁ ୫ ଏକର ଉପଯୁକ୍ତ ସରକାରୀ ଜମି ଚିହ୍ନଟ କରିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କ୍ଷମତାପନ୍ନ କର୍ତୃପକ୍ଷ ଆବଶ୍ୟକ ଅଧିଗ୍ରହଣ ଫର୍ମ୍ ଦାଖଲ କଲେ, ଚିହ୍ନଟ ହୋଇଥିବା ଜମିକୁ ଉକ୍ତ ବିଭାଗ ପକ୍ଷରେ ହସ୍ତାନ୍ତର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛିl

ସୌଜନ୍ୟ ସମ୍ବାଦ

 

Show More
Back to top button