ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା):ମାଲକାନଗିରି ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳ କୋରୁକୋଣ୍ଡା ବ୍ଲକର ନାକାମାମୁଡ଼ି ଗ୍ରାମ ପଞ୍ଚାୟତରେ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ଏବଂ ଚାଲିଥିବା ପ୍ରକଳ୍ପ ଗୁଡିକର ସଠିକ୍ ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏକ ସ୍ୱତନ୍ତ୍ର ପରିଦର୍ଶନ କରିଛନ୍ତି। ପ୍ରଶାସନର ଏହି ଗସ୍ତର ମୁଖ୍ୟ ଲକ୍ଷ୍ୟ ଥିଲା ସରକାରୀ ଯୋଜନା ଗୁଡ଼ିକର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ଏବଂ ଲୋକଙ୍କର ସମସ୍ୟା ଗୁଡିକୁ ପ୍ରତ୍ୟକ୍ଷ ଭାବରେ ଶୁଣି ତାର ସମାଧାନ କରିବା।

