Breaking

Accident: ଚିକିତ୍ସା ପାଇଁ ଆନ୍ଧ୍ର ଯାଇଥିଲେ ଶ୍ବଶୁର-ଜ୍ବାଇଁ, କଳାହାଣ୍ଡି ଫେରିବା ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁ

ରାୟଗଡା (ଶିବ ପ୍ରସାଦ ଦୋରା): କ୍ୟାନସର ଚିକିତ୍ସା ସାରି ବିଶାଖାପାଟଣା ଠାରୁ କଳାହାଣ୍ଡି ଯାଉଥିବା ବେଳେ ଟ୍ରେନରୁ ଖସି ଶଶୁର ଓ ଜ୍ବାଇଁଙ୍କ ମୃତ୍ୟ ଘଟିଛି। ପ୍ରଥମେ ଶଶୁରଙ୍କ ରାୟଗଡ଼ା ରେଳ ଷ୍ଟେସନ ନିକଟରେ ଏବଂ ପରେ ଜ୍ବାଇଁଙ୍କ ମୁନିଗୁଡା ବ୍ଲକ ଦହିଖାଲ ଷ୍ଟେସନ ଅଞ୍ଚଳରେ ଟ୍ରେନରୁ ଖସି ମୃତ୍ୟୁ ଘଟିଥିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ଅନ୍ୟପଟରେ ଶଶୁରଙ୍କୁ ନପାଇ ଜ୍ବାଇଁ ବ୍ୟସ୍ତ ହୋଇ ଟ୍ରେନରୁ ଖସିଯାଇଥିବା ପୁଲିସ ଅନୁମାନ କରୁଛି। ଉଭୟଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ରାୟଗଡା ଓ ମୁନିଗୁଡା ଜିଆରପି ପୁଲିସ ତଦନ୍ତ ଜାରିରଖିଛି। ଜ୍ୱାଇଁ ସୁଦାମଙ୍କ ମୃତଦେହ ମୁନିଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଶଶୁର ଲିଙ୍ଗରାଜଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି। ସୁଦାମଙ୍କ ନିକଟରୁ ୨୩ ତାରିଖ ଦିନ କେସିଙ୍ଗାରୁ ବିଶାଖାପାଟଣା ଯାତ୍ରା ପାଇଁ ରିଜର୍ଭେସନ ଟିକଟ ପାଇଥିବା ଜିଆରପି ପୁଲିସ ସୂଚନା ଦେଇଛି। ଜିଆରପି ଓ ଆରପିଏଫ ପୁଲିସ ବିଶାଖାପାଟଣା ଯାଉଥିବା ବେଳେ ଏହି ଘଟଣା ଘଟିଥିବା କହୁଥିବାବେଳେ ଚିକିତ୍ସାସାରି ଫେରୁଥିବା ସମୟରେ ଏହି ଘଟଣା ହୋଇଥିବା ପରିବାରବର୍ଗ କହୁଛିI ଘଟଣାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି I ପୁଲିସ ତଦନ୍ତ ପରେ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛି I

ସୌଜନ୍ୟ ସମ୍ବାଦ

Show More
Back to top button