ବାରିପଦା (ବଟକୃଷ୍ଣ ବିହାରୀ): ବାରିପଦାରେ ବ୍ୟାଙ୍କକୁ ଠକେଇ ଅଭିଯୋଗ। ବ୍ୟାଙ୍କରେ ଜାଲ୍ ଦସ୍ତଖତ କରି ବାରିପଦା ମ୍ୟୁନିସିପାଲଟି ଆକାଉଣ୍ଟରୁ ଏକ କୋଟି ଟଙ୍କା ଚଳୁ କରି ନେଇଛନ୍ତି ଦୁର୍ବୃତ୍ତ। ବାରିପଦା ୟୁକୋ ବ୍ୟାଙ୍କର ବାରିପଦା ଶାଖା ପ୍ରବନ୍ଧକ ସୁଧାଂଶୁ ଶେଖର ସାମଲ ଏ ନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ବାରିପଦା ଟାଉନ ଥାନା ରେ ଅଭିଯୋଗ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଏ ନେଇ ତଦନ୍ତ ଆରମ୍ଭ ହୋଇଥିବା ପୁଲିସ କହିଛି। ଅନୁରୂପ ଭାବେ ବେତନଟୀ ଶାଖାରୁ ନିଜକୁ ବିଡିଓଙ୍କ ପ୍ରତିନିଧି ଦର୍ଶାଇ ୨ କୋଟି ୨୬ ଲକ୍ଷ ଜଣେ ଅଣ ଓଡ଼ିଆ ଉଠାଇ ନେଇଛି। ଏ ନେଇ ବେତନଟୀ ଥାନା ରେ ଅଭିଯୋଗ ହୋଇଛି।
ସୂଚନା ଯୋଗ୍ୟ ୩ ବର୍ଷ ପୂର୍ବେ ଜଣେ ଅଣ ଓଡ଼ିଆ ଜିଲ୍ଲାପାଳଙ୍କ ଜାଲ ଦସଖତ୍ ରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବାରିପଦା ଶାଖାରୁ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିଲା। ତଥାପି ଚେତା ପଶିଲାନି। ଅଣ ଓଡ଼ିଆ ମାନେ ନିଜକୁ ପ୍ରଶାସନର ପ୍ରତିନିଧି କହି ଟଙ୍କା ଉଠାଇ ନେଇଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଏନେଇ ସତର୍କ ନ ହେବା ଆଶ୍ଚର୍ୟ୍ଯ କରିଛି।
ସୌଜନ୍ୟ ସମ୍ବାଦ

