Gujarat: ପୌର ପରିଷଦ ନିର୍ବାଚନରେ ବିଜେପିର ରେକର୍ଡ ବିଜୟ, କଂଗ୍ରେସ ଓ ଆପ୍‌ ଜଳକା

ପୋରବନ୍ଦର ଓ ମୋର୍ବିରେ ବିଜେପି କ୍ଲିନ ସୁଇପ କରିଛି। ପୋରବନ୍ଦରର ସମସ୍ତ ୫୨ଟି ଓ ମୋର୍ବିର ସମସ୍ତ ୫୨ଟି ଆସନ ବିଜେପି ଜିତି ନେଇଛି। ସୁରେନ୍ଦରନଗରରେ କଂଗ୍ରେସ ମୂଳପୋଛ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି।

Gujarat: ଗୁଜରାଟର ପୌର ପରିଷଦ ନିର୍ବାଚନରେ ବିଜେପିର ଦବଦବା। ରାଜ୍ୟରେ କ୍ଷମତାସୀନ ବିଜେପି ରେକର୍ଡ ସଂଖ୍ୟକ ଆସନ ଜିତି ପ୍ରମୁଖ ସହର ଗୁଡ଼ିକରେ କଂଗ୍ରେସ ଓ ଆପ୍‌କୁ ଜଳକା କରି ଦେଇଛି। ସହାରାଞ୍ଚରେ ବିଜେପି ଏବେ ବି ଶକ୍ତିଶାଳୀ ଥିବା ଏହି ରେଜଲ୍ଟରୁ ସ୍ପଷ୍ଟ ହୋଇଛି। କିଛି ସ୍ଥାନରେ ବିଜେପି କ୍ଲିନ ସୁଇପ ମଧ୍ୟ କରି ନେଇଛି। ସମସ୍ତ ୧୫ଟି ଯାକ ପୌର ପରିଷଦ ବିଜେପି ନିଜ ଦଖଲକୁ ନେଇଛି।

ଅହମଦାବାଦ ପୌର ପରିଷଦର ୧୯୨ଟି ଆସନରୁ ବିଜେପି ୧୫୮ଟି ଜିତିଥିବା ବେଳେ କଂଗ୍ରେସ କେବଳ ୨୨ଟିରେ ଜିତି ପାରିଛି। ବାକି ଥିବା ଆସନରେ ଭୋଟ ଗଣତି ଜାରି ରହିଥିବା ବେଳେ ବିଜେପି ଅଧିକାଂଶ ସ୍ଥାନରେ ଲିଡ କରୁଛି।

ସୁରଟ ପୁଣି ଥରେ ବିଜେପିର ଗଡ଼ ଭାବେ ଉଭା ହୋଇଛି। ସୁରଟର ୧୨୦ଟି ଆସନରୁ ବିଜେପି ରେକର୍ଡ ୧୧୫ଟି ସ୍ଥାନରେ ଜିତିଥିବା ବେଳେ ଆପ ୪ଟି ଓ କଂଗ୍ରେସ କେବଳ ଗୋଟିଏ ଆସନ ଦଖଲ କରିପାରିଛି। ସୁରଟରେ ଗତଥର ଆପ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ଏଥର ଦଳ ରସାତଳକୁ ଖସି ଯାଇଛି।

ସୌଜନ୍ୟ ଓଡିଶା ରିପୋର୍ଟର