Accident: କାର୍‌-ବାଇକ୍‌ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାରେ ପଣ୍ଡୁଆ ନିକଟରେ ଏକ କାର ଓ ବାଇକ ମଧ୍ୟରେ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାରେ ପଣ୍ଡୁଆ ନିକଟରେ ଏକ କାର ଓ ବାଇକ ମଧ୍ୟରେ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମୃତକଙ୍କ ନାଁ ସିଦ୍ଧେଶ୍ୱର ଗୁରୁ। ତାଙ୍କ ଘର ଢେଙ୍କାନାଳର ନୂଆଶାସନରେ। ସେହିପରି ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ନାଁ ସୁଶାନ୍ତ ନାୟକ। ତାଙ୍କ ଘର ଢେଙ୍କାନାଳର ବନମାଳି ପ୍ରସାଦରେ।

ସିଦ୍ଧେଶ୍ୱର ଓ ସୁଶାନ୍ତ ଏସି କାମ କରିବାକୁ ଢେଙ୍କାନାଳରୁ କାମାକ୍ଷାନଗର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସିଦ୍ଧେଶ୍ୱରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ସୁଶାନ୍ତ ନାୟକଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୌଜନ୍ୟ ଓଡିଶା ରିପୋର୍ଟର