War: ଲେବାନନ୍ ଅସ୍ତ୍ରବିରତି ବିଫଳ, ୪୦ ମୃତ

ବେରୁତ: ମଧ୍ୟପ୍ରାଚ୍ୟରେ ଏବେ ଲେବାନନ ଯୁଦ୍ଧର ଅନ୍ୟତମ ମୁଖ୍ୟ କ୍ଷେତ୍ର ପାଲଟିଛି। ଏପ୍ରିଲ ୧୭ରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷରିତ ହେବା ପରଠାରୁ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଏବଂ ହେଜବୁଲ୍ଲା ମଧ୍ୟରେ ଗୁଳି ବିନିମୟରେ ଅତିକମରେ ୪୦ ଜଣଙ୍କର ମୃତ୍ୟୁ ହୋଇସାରିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଏହାର ଜବାବରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍ ଏବଂ ଗାଇଡେଡ୍ ମିସାଇଲ୍ ମାଧ୍ୟମରେ ଇସ୍ରାଏଲର ସାମରିକ ଗାଡ଼ିଗୁଡ଼ିକୁ ଟାର୍ଗେଟ କରାଯାଉଛି। ଅସ୍ତ୍ରବିରତି ସଂପୂର୍ଣ୍ଣ ଭଣ୍ଡୁର ହୋଇଥିବା ବେଳେ କୌଣସି ପକ୍ଷ ଏହାକୁ ସମ୍ମାନ ଦେଉନଥିବାରୁ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛି।

ଏହି ସ୍ଥିତିରେ କତରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଜେଦାରେ ଅନୁଷ୍ଠିତ ଜିସି ବୈଠକରେ କତରର ଅମୀର ଯୋଗଦେଇ ଚେତାବନୀ ଦେଇଛନ୍ତି ଯେ ଏହାକୁ ଏକ ‘ଫ୍ରୋଜନ୍‌ କନଫ୍ଲିକ୍ଟ’ ବା ସ୍ଥାୟୀ ସଂଘର୍ଷରେ ପରିଣତ ହେବାକୁ ଦିଆଯିବା ଉଚିତ ନୁହେଁ।

ସୌଜନ୍ୟ ସମ୍ବାଦ