Ghaziabad: ଗାଜିଆବାଦରେ ୧୫ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ

ଗାଜିଆବାଦ: ଗାଜିଆବାଦରେ ବୁଧବାର ସକାଳେ ଏକ ୧୫ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଇନ୍ଦିରାପୁରମ୍‌ର ଅଭୟଖଣ୍ଡ ଅଞ୍ଚଳର ଗୌର ଗ୍ରିନ୍‌ ଏଭେନ୍ୟୁ ସୋସାଇଟିର ଟାୱାର-ଡିର ୯ମ ମହଲାରେ ଲାଗିଥିଲା। ସକାଳ ୮ଟା ୩୦ ମିନିଟ ସମୟରେ ନିଆଁ ଲାଗିଥିବାବେଳେ ଏହା ଚାହୁଁ ଚାହୁଁ ଆପାର୍ଟମେଣ୍ଟର ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ନିଆଁକୁ ଆୟତ୍ତ କରିବାକୁ ୧୭ଟି ଦମକଳ ଗାଡ଼ି ନିୟୋଜିତ ଥିଲା।ଗାଜିଆବାଦ ମୁଖ୍ୟ ଅଗ୍ନିଶମ ଅଧିକାରୀ ରାହୁଲ ପାଲ୍‌ କହିଛନ୍ତି, ନିଆଁ ୯ମରୁ ୧୧ଶ ମହଲା ଭିତରେ ୮ଟି ଫ୍ଲାଟ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ସମସ୍ତଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଛି ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି। ଅଗ୍ନିକାଣ୍ଡର କାରଣ ଜାଣିବାକୁ ଏହି ଘଟଣାର ତଦନ୍ତ କରାଯାଉଛି।

 

 

 

ସୌଜନ୍ୟ ସମ୍ବାଦ