ଭୂମି ହରାଇଥିବା ତଥା ବିସ୍ଥାପିତଙ୍କ ପାଇଁ ପୁନର୍ବାସ ଓ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶଦାତା ସମିତି (ଆର୍‌ପିଡିଏସି) ମାଧ୍ୟମରେ ସିବି କ୍ଲଜ୍‌ରୁ କୋଇଲା ଖଣି ନଥିବା ଅଞ୍ଚଳକୁ ବାଦ୍ ଦେବାକୁ ନିଷ୍ପତ୍ତି ନିଆଯାଇଛିl ଜମି ଅଧିଗ୍ରହଣ ସମୟରେ ଖଣି ଖନନ ଏବଂ ପାଉଁଶ ନିଷ୍କାସନ କରୁଥିବା ଶିଳ୍ପ ନିମନ୍ତେ ବାସ-ଅନୁପଯୋଗୀ ଜମିଗୁଡ଼ିକୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ନିଆଯାଇଛି। ବିସ୍ଥାପିତ ଲୋକଙ୍କ ପୁନର୍ବାସ ଓ ଥଇଥାନ ନିମନ୍ତେ ବିକଶିତ ଅଞ୍ଚଳରେ ନୂଆ କଲୋନି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ-ସଚିବ ମନୋଜ ଭି ନାୟାରଙ୍କ ସମେତ ଏନ୍‌ଟିପିସି, ଦରଲିପାଲିର ସାଧାରଣ ପରିଚାଳକ, ଓପିଜିସି, ବନହରପାଲିର ପରିଚାଳନା ନିର୍ଦେଶକ, ବିଭିନ୍ନ କମ୍ପାନିର ଉଚ୍ଚପଦସ୍ଥ ଅଧିକାରୀ, ଉତ୍ତରାଞ୍ଚଳ ରାଜସ୍ୱ କମିସନର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ ଏବଂ ସୁନ୍ଦରଗଡ଼ର ଜିଲ୍ଲାପାଳ, ଏମ୍‌ସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଉଦୟ ଏ କାଓଲେ ଏବଂ ଏନ୍‌ଏଲ୍‌ସି ତଳବିରାର ସାଧାରଣ ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ।