Brazil school shooting: ବ୍ରାଜିଲ ସ୍କୁଲରେ ଗୁଳିକାଣ୍ଡ: ଦୁଇ ଜଣଙ୍କୁ ହତ୍ୟା କଲା ୧୩ ବର୍ଷର କିଶୋର

ରିଓ ଡି ଜେନେରିଓ: ବ୍ରାଜିଲର ଉତ୍ତରପୂର୍ବରେ ଅବସ୍ଥିତ ଏକ ସ୍କୁଲରେ ମଙ୍ଗଳବାର ଜଣେ ୧୩ ବର୍ଷର କିଶୋର ୨ ଜଣ ସ୍କୁଲ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛି। ଏହି ଗୁଳିକାଣ୍ଡ ଘଟଣାରେ ଜଣେ ଛାତ୍ରଙ୍କ ସମେତ ଦୁଇ ଜଣ ଆହତ ହୋଇଥିଲେ। ଗୁଳିକାଣ୍ଡ ଘଟାଇ ଥିବା କିଶୋର ଓ ତାଙ୍କ ଆଇନଗତ ଅଭିଭାବକଙ୍କୁ ଗିରଫ କରାଯାଇଛି। କିଶୋର ଜଣକ ଅଭିଭାବକଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ଗୁଳିକାଣ୍ଡରେ ବ୍ୟବହାର କରିଥିଲା। ଗୁଳିକାଣ୍ଡରେ ଭୟଭୀତ ଅନ୍ୟ ଛାତ୍ରଛାତ୍ରୀ ଏକ ପାଚେରୀ ଡେଇଁ ଖସି ଯିବାକୁ ଚେଷ୍ଟା କରିଥିଲେ।

ଆକ୍ରେ ଷ୍ଟେଟର ରାଜଧାନୀ ରିଓ ବ୍ରାଙ୍କୋର ସାଓ ଯୋଶ୍‌ ଇନଷ୍ଟିଚ୍ୟୁଟ ନିକଟରେ ଏକ ହୋଟେଲର ରିସେପସନିଷ୍ଟ ଭାବେ କାର୍ଯ୍ୟ କରୁଥିବା ଏଡୁଆର୍ଡୋ ରୋଡ୍ରିଗୁଏଜ କାଭାଲକାଣ୍ଟେ କହିଛନ୍ତି, କେବଳ ମାତ୍ର ଜଣେ ବ୍ୟକ୍ତି ପାଚେରୀ ଡେଇଁ ଆସିବାରେ ସକ୍ଷମ ହୋଇଥିଲେ ଅନ୍ୟମାନେ ସ୍କୁଲ ଛାତ ଉପରେ ରହିଯାଇଥିଲେ। ସ୍ଥାନୀୟ ଗଣମାଧ୍ୟମ ଭିଡିଓରେ ଲୋକମାନେ ବାହାରକୁ କାନ୍ଦି କାନ୍ଦି ବାହାରୁ ଥିବା ଦେଖିବାକୁ ମିଳିଛି। ଆକ୍ରମଣକାରୀ ଛାତ୍ର ସ୍କୁଲରେ ବର୍ତ୍ତମାନ ପଢ଼ୁଥିଲେ କି ପୂର୍ବତନ ଛାତ୍ର ତାହା ଜଣାପଡ଼ିନାହିଁ। ପୁଲିସ ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଛି। ସ୍କୁଲରେ ତିନିଦିନ ପାଇଁ ପାଠପଢ଼ା ବନ୍ଦ ରଖାଯାଇଛି। ମନୋବିଜ୍ଞାନୀ ଦଳ ଭୟଭୀତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ କାଉନସେଲିଂ କରୁଛନ୍ତି। ବ୍ରାଜିଲରେ ସ୍କୁଲରେ ଆକ୍ରମଣ ଘଟଣା ବୃଦ୍ଧି ପାଉଥିବାବେଳେ ଡଜନରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାନି।

 

 

ସୌଜନ୍ୟ ସମ୍ବାଦ