ଖେଳ

Tennis: ଆଲ୍‌କାରାଜଙ୍କୁ ଏଟିପି ଫାଇନାଲ୍ସ ମୁକୁଟ

ଚଳିତ ବର୍ଷର ଶେଷ ପୁରୁଷ ବିଶ୍ବ ଟେନିସ୍‌ ପ୍ରତିଯୋଗିତା ଏଟିପି ଫାଇନାଲ୍ସରେ ୯ ଗ୍ରାଣ୍ଡ ସ୍ଲାମ୍‌ ବିଜେତା କାର୍ଲୋସ ଆଲ୍‌କାରାଜ ବିଜେତା ହୋଇଛନ୍ତି।

ତୁରିନ: ଚଳିତ ବର୍ଷର ଶେଷ ପୁରୁଷ ବିଶ୍ବ ଟେନିସ୍‌ ପ୍ରତିଯୋଗିତା ଏଟିପି ଫାଇନାଲ୍ସରେ ୯ ଗ୍ରାଣ୍ଡ ସ୍ଲାମ୍‌ ବିଜେତା କାର୍ଲୋସ ଆଲ୍‌କାରାଜ ବିଜେତା ହୋଇଛନ୍ତି। ସୋମବାର ଫାଇନାଲ୍‌ରେ ଏହି ୨୩ ବର୍ଷୀୟ ସ୍ପେନ୍‌ ଖେଳାଳି ୬-୨, ୯-୭ ସେଟ୍‌ରେ ବିଶ୍ବର ଏକ ନମ୍ବର ଜର୍ମାନୀ ତାରକା ଆଲେକ୍‌ଜାଣ୍ଡର ଭେରେଭଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ସେ ସମସ୍ତ ୪ ଗ୍ରାଣ୍ଡ ସ୍ଲାମ୍‌ (ଥରେ ଅଷ୍ଟ୍ରେଲିଆନ୍‌ ଓପନ୍‌, ୨ ଥର ଲେଖାଏଁ ଫ୍ରେଞ୍ଚ ଓପନ୍‌, ୱିମ୍ବଲଡନ୍‌, ୟୁଏସ୍‌ ଓପନ୍‌) ଓ ଏଟିପି ଫାଇନାଲ୍ସ ଟ୍ରଫି ଜିତିବାରେ ବିଶ୍ବର ଚତୁର୍ଥ ଖେଳାଳି ହୋଇଛନ୍ତି।

କାର୍ଲୋସ ଆଲ୍‌କାରାଜ ବିଜେତା
ପୂର୍ବରୁ ଏହି ସଫଳତା ସ୍ବିଜରଲାଣ୍ଡ କିଂବଦନ୍ତି ରୋଜର ଫେଡେରର୍‌, ଆମେରିକାର ଆନ୍ଦ୍ରେ ଆଗାସି ଓ ସର୍ବିୟାର ନୋଭକ ଜୋକୋଭିକଙ୍କ କ୍ଲବ୍‌ରେ ସମକକ୍ଷ ହୋଇଛନ୍ତି। ଏଥିସହ ଆଲ୍‌କାରାଜ ମଧ୍ୟ ଏଟିପି ଫାଇନାଲ୍ସ ମୁକୁଟ କରାୟତ୍ତ କରିବାରେ ଆଲେକ୍ସ କୋରେତ୍‌ଜା (୧୯୯୮)ଙ୍କ ପରେ ପ୍ରଥମ ସ୍ପେନ୍‌ ଖେଳାଳି ହୋଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button