ଦେଶ ବିଦେଶବାଣିଜ୍ୟ

L & T: ଓଡ଼ିଶାରେ ଏଲ୍‌ଆଣ୍ଡ୍‌ଟିକୁ ୨ଟି କାର୍ଯ୍ୟବରାଦ

ଭୁବନେଶ୍ବର: ଦେଶର ଅଗ୍ରଣୀ ଇଞ୍ଜିନିୟରିଂ କମ୍ପାନି ଏଲ୍‌ଆଣ୍ଡ୍‌ଟି ରାଜ୍ୟର ଦୁଇଟି ଗୁରୁତ୍ବପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାର କାର୍ଯ୍ୟବରାଦ ହାସଲ କରିଛି। ଝାରସୁଗୁଡ଼ାର ଲଖନପୁରଠାରେ ଭାରତ କୋଲ୍‌ ଗ୍ୟାସିଫିକେସନ୍ ଆଣ୍ଡ୍‌ କେମିକାଲ୍‌ସ ଲିମିଟେଡ୍‌ (ବିସିଜିସିଏଲ୍‌) ପକ୍ଷରୁ ନିର୍ମାଣ କରାଯିବାକୁ ଥିବା କୋଲ୍‌ ଗ୍ୟାସିଫିକେସନ୍‌ ପ୍ରକଳ୍ପର କାର୍ଯ୍ୟବରାଦ ଏଲ୍‌ଆଣ୍ଡ୍‌ଟିକୁ ମିଳିଛି।

ଅନ୍ୟ ପକ୍ଷରେ ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଠାରୁ ମଧ୍ୟ ଏଲ୍‌ଆଣ୍ଡ୍‌ଟି ୧୫ ହଜାର କୋଟି ଟଙ୍କାର କାର୍ଯ୍ୟବରାଦ ହାସଲ କରିଛି। ଏହା କର୍ଣ୍ଣାଟକର ବେଲାରି ଓ ଓଡ଼ିଶାର ପାରାଦୀପ ପାଇଁ ଏହି କାର୍ଯ୍ୟବରାଦ ପାଇଛି। କମ୍ପାନିର ଖଣିଜ ଓ ଧାତବ ଶାଖାକୁ ଏହି କାମ ମିଳିଛି। ତେବେ ପାରାଦୀପରେ କମ୍ପାନି କେଉଁ କାର୍ଯ୍ୟ କରିବ ତାହା ସ୍ପଷ୍ଟ କରିନାହିଁ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button