Cuttack Fire : କଟକ LIC ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ, ପୋଡ଼ିଗଲା ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

କଟକ ୧୬।୦୫ : LIC ଅଫିସରେ ନିଆଁ । କଟକ ମାଛୁଆ ବଜାର ଏଲଆଇସି ଅଫିସରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଵ୍ୟାପକ କ୍ଷୟକ୍ଷତି ହୋଇଛି। ନିଆଁକୁ ଆୟତ୍ତ ଲାଗି ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଖବର ଅନୁଯାୟୀ, ରାତି ୧୨ଟା ୧୫ମିନିଟ ସମୟରେ ନିଆଁ ଲାଗିଥିବା ବେଳେ ଆୟତ କରିଛି ଅଗ୍ନିଶମବାହିନୀ। ଅଗ୍ନିକାଣ୍ଡରେ ଵ୍ୟାପକ କ୍ଷୟକ୍ଷତି ହୋଇଛି । ସିଲିଂ ଫ୍ୟାନ ଅଧିକ ସମୟ ଧରି ଚାଲିଵାରୁ ଫ୍ୟାନ୍ ଟି ପୋଡିଯାଇଥିଲା। ଜଳନ୍ତା ଫ୍ୟାନରୁ ନିଆଁ ଅଫିସ୍ କାଗଜପତ୍ର ଉପରେ ପଡିବାରୁ ସାରା ଅଫିସରେ ନିଆଁ ଲାଗିଯାଇଥିଲା।

ତେବେ ଠିକଣା ସମୟରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ନିଆଁ ତଳ ମହଲାରେ ଲାଗିଥିଲା। ଉପର ମହଲାକୁ ବ୍ୟାପିବା ପୂର୍ବରୁ ଅଗ୍ନିଶମ କର୍ମଚାରୀ ମାନେ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ତଳ ମହଲାରେ ଥିବା ରେକର୍ଡ ପତ୍ର ସହ କିଛି କଂପ୍ୟୁଟର ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।

 

 

 

ସୌଜନ୍ୟ Prameya News7