ଖେଳ

IND vs WI 2nd T20I: ଭାରତ ବିପକ୍ଷ ଦ୍ବିତୀୟ ଟି-୨୦ ଜିତିଲା ୱେଷ୍ଟଇଣ୍ଡିଜ୍‌

ଭ‌ାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାକୁ ୬ ୱିକେଟ୍‌ରେ ଜିତିଛି। ଝାଡ଼ଖଣ୍ଡ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏସନ୍‌ ଅନ୍ତର୍ଜାତୀୟ ଷ୍ଟାଡିୟମ ପରିସରରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅତିଥି ଦଳକୁ ୨୫୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ରାଞ୍ଚି: ଭ‌ାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାକୁ ୬ ୱିକେଟ୍‌ରେ ଜିତିଛି। ଝାଡ଼ଖଣ୍ଡ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏସନ୍‌ ଅନ୍ତର୍ଜାତୀୟ ଷ୍ଟାଡିୟମ ପରିସରରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅତିଥି ଦଳକୁ ୨୫୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଦଳ ୧୮.୩ ଓଭରରେ ୪ଟି ୱିକେଟ ହରାଇ ୨୫୨ ରନ୍‌ ସଂଗ୍ରହ କରିଛି।

ୱେଷ୍ଟଇଣ୍ଡିଜ୍‌ ପାଇଁ ପ୍ରାରମ୍ଭିକ ବ୍ୟାଟର ତଥା ଅଧିନାୟକ ସାଇ ହୋପ୍‌ ଅପରାଜିତ ଶତକ (୧୦୨ ରନ୍‌) ହାସଲ କରିଛନ୍ତି। ସେ ୪୫ଟି ବଲ୍‌ ଖେଳି ୬ଟି ଚୌକା ଏବଂ ୯ଟି ଛକା ମାରିଛନ୍ତି। ଶେରଫେନ୍‌ ରଦରହୁଡ ୮୪ ରନ୍‌ ସଂଗ୍ରହ କରିଥିଲେ। ସେ ୩୭ଟି ବଲ୍‌ ଖେଳି ୭ଟି ଚୌକା ଏବଂ ୭ଟି ଛକା ମାରିଥିଲେ। ରୋମାରିଓ ସିଫର୍ଡ ୩୪ ରନ୍‌ ଏବଂ ରଭମ୍ୟାନ୍‌ ପାୱେଲ ୨୪ ରନ୍‌କରିଥିଲେ। ଭାରତ ପାଇଁ ମୟଙ୍କ ଯାଦବ ସର୍ବଶ୍ରେଷ୍ଠ ବୋଲି କରିଥିଲେ। ସେ ୩ ଓଭର ବୋଲିଂ କରି ୩୬ ରନ୍‌ ଖର୍ଚ୍ଚ କରିଥିଲା ବେଳେ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ। କୁଲଦୀପ ଯାଦବଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button