ଜୟପୁର: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୬୪ତମ ମ୍ୟାଚ୍ରେ ରାଜସ୍ଥାନ ବିଜୟୀ ହୋଇଛି। ଲକ୍ଷ୍ନେ ସୁପର ଜାଏଣ୍ଟସ୍କୁ ରାଜସ୍ଥାନ ୭ ୱିକେଟ୍ରେ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ୨୨୧ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଦଳ ୧୯.୧ ଓଭରରେ ୩ଟି ୱିକେଟ ହରାଇ ୨୨୫ ରନ୍ କରିଛି।
ଦଳର ପ୍ରାରମ୍ଭିକ ବ୍ୟାଟିଂ ମଧ୍ୟ ଭଲ ରହିଥିଲା। ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଏବଂ ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ୱିକେଟ୍ ପାଇଁ ୭୫ ରନ୍ର ଭାଗିଦାରୀ କରିଥିଲେ। ଏଥିରୁ ଜୟସ୍ବାଲ ୪୩ ରନ୍ ସଂଗ୍ରହ କରିଥିଲେ। ସେ ୨୩ଟି ବଲ୍ ଖେଳି ୮ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ରାଜସ୍ଥାନ ପାଇଁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୮ଟି ବଲ୍ ଖେଳି ୭ଟି ଚୌକା ଏବଂ ୧୦ଟି ଛକା ମାରିଥିଲେ। ମୋହସି ଖାନଙ୍କ ବଲ୍ ଅବଦୁଲ ସାମନ୍ଦଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଧ୍ରୁବ ଜୁରେଲ ଅର୍ଦ୍ଧଶତକ ମାରିଥିଲେ। ସେ ୩୮ ଟି ବଲ୍ ଖେଳି ୩ଟି ଚୌକା ଏବଂ ୩ଟି ଛକା ବଳରେ ଅପରାଜିତ ୫୩ ରନ୍ କରିଥିଲେ।
ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ଟସ୍ ଜିଣି ଘରୋଇ ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅତିଥି ଦଳ ବ୍ୟାଟିଂ କରିଥିଲା। ଋଷଭ ପନ୍ତଙ୍କ ନେତୃତ୍ବରେ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୨୦ ରନ୍ ସଂଗ୍ରହ କରିଥିଲା। ଲକ୍ଷ୍ନୌ ପାଇଁ ମିଚେଲ ମାର୍ଶ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଶତକ ଠାରୁ ୪ ରନ୍ ଦୂରରେ ରହି ଆଉଟ୍ ହୋଇଛନ୍ତି।
ରାଜସ୍ଥାନର ପ୍ରାରମ୍ଭିକ ବ୍ୟାଟିଂ ଶକ୍ତିଶାଳୀ ଥିଲା। ପ୍ରାରମ୍ଭିକ ବ୍ୟାଟର ମିଚେଲ ମାର୍ଶ ଏବଂ ଜୋଶ ଇଂଲିଶ ଶତକୀୟ ଭାଗିଦାରୀ କରିଥିଲେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୧୦୯ ରନ୍ ଯୋଡ଼ିଥିଲେ। ଏଥିରୁ ଜୋଶ ଇଂଲିଶ ଏକାକୀ ୬୦ ରନ୍ ସଂଗ୍ରହ କରିଥିଲେ। ସେ ସେ ୟଶ ରାଜ ପୁଞ୍ଜାଙ୍କ ହାତରେ ଆଉଟ୍ ହେବା ପୂର୍ବରୁ ୨୯ଟି ବଲ୍ ଖେଳିଥିଲେ। ଏଥିରୁ ସେ ୭ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ଦଳ ୧୫୧ ରନ୍ରେ ଦ୍ବିତୀୟ ୱିକେଟ୍ ଭାବେ ନିକୋଲାସ ପୂରନଙ୍କୁ ହରାଇଥିଲା। ସେ ୧୧ଟି ବଲ୍ ଖେଳି ୨ଟି ଛକା ବଳରେ ୧୬ ରନ୍ ସଂଗ୍ରହ କରିଥିଲେ।
ରାଜସ୍ଥାନର ତୃତୀୟ ୱିକେଟରେ ଲକ୍ଷ୍ନୌର ଅଧିନାୟକ ଋଷଭ ପନ୍ତ ଆଉଟ୍ ହୋଇଥିଲେ। ସେ ୨୩ଟି ବଲ୍ ଖେଳି ୨ଟି ଚୌକା ଏବଂ ୨ଟି ଛକା ବଳରେ ୩୫ ରନ୍ ସଂଗ୍ରହ କରିଥିଲେ। ମିଚେଲ ମାର୍ଶ ଦଳ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ଶତକ ପୂରଣ ପାଇଁ ଲଢ଼େଇ କରିଥିଲେ। ୫୭ଟି ବଲ୍ ଖେଳି ୧୧ଟି ଚୌକା ଏବଂ ୫ଟି ଛକା ବଳରେ ୯୬ ରନ୍ ସଂଗ୍ରହ କରିଥିଲେ। ରାଜସ୍ଥାନ ପାଇଁ ୟଶ ରାଜ ପୁଞ୍ଜା ୨ଟି ଏବଂ ଜୋଫ୍ରା ଆର୍ଚ୍ଚର ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ।
ସୌଜନ୍ୟ ସମ୍ବାଦ

