ରାଜ୍ୟ

ଭୟଙ୍କର ଦୁର୍ଘଟଣା: ଟ୍ରକ ସହ ପିଟି ହେବା ପରେ ଜଳିଗଲେ ବାଇକ୍ ଚାଳକ

ପାଲଲହଡା: ବେପରୁଆ ଡ୍ରାଇଭିଂ ପାଇଁ ଯାଉଛି ଜୀବନ। କେତେ ଯେ ଜୀବନ ଅକାଳରେ ଚାଲିଯାଉଛି ତାହା କହିବା ମୁସ୍କିଲ। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବୁରୁକୁନା ଛକ ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଯେ ବାଇକକୁ ଧକ୍କା ଦେଇ ଘୋଷାଡ଼ି ନେଲା ଟ୍ରକ। ଦୁର୍ଘଟଣା ପରେ ଜଳିଗଲେ ବାଇକ୍ ଚାଳକ। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି।

ଧକ୍କା ଦେଇଥିବା ଟ୍ରକ ଡ୍ରାଇଭର ଟ୍ରକ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ବାଇକ ଚାଳକ ଜଳିଯାଇଥିଲେ। ବାଇକରେ ଥିବା ଅନ୍ୟ ଜଣେ ଗୁରୁତର ହୋଇ ପ୍ରଥମେ ନିକଟସ୍ଥ ଖମାର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଘଟଣା ସ୍ଥଳରୁ ଟ୍ରକ ଧରି ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ଏଯାଏଁ ମୃତକ ଏବଂ ଗୁରୁତର ଆହତ ହୋଇଥିବା ବାଇକ ଚାଳକଙ୍କ ପରିଚୟ ମିଳି ପାରି ନାହିଁ।

 

 

 

 

ସୌଜନ୍ୟ Prameya News7

Show More
Back to top button