ରାଜ୍ୟ

Elephant Attacks Death: ହାତୀ ଆକ୍ରମଣରେ ଅଙ୍ଗନୱାଡି ସହାୟିକା ମୃତ

ଛେଣ୍ଡିପଦା: ଅନୁଗୁଳଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଥାନା ନୂଆଗାଁ ଗ୍ରାମର ଆମ୍ବତୋଟାରେ ହାତୀଆକ୍ରମଣରେ ଅଙ୍ଗନୱାଡି ସହାୟିକା ପ୍ରମିଳା ରାଉଳ(୪୦) ମୃତ୍ୟୁ ହୋଇଛି। ଜରିପାଳ ଗ୍ରାମର ପଙ୍କଜ ରାଉଳଙ୍କ ପତ୍ନୀ ପ୍ରମିଳା ବାପଘର ନୂଆଗାଁ ଗ୍ରାମକୁ ଗତକାଲି ଆସିଥିଲେ।

ଗୋଠଖଣ୍ଡିଆ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ

ଆଜି ଭୋର ୫ଟାରେ ପ୍ରମିଳା ଆମ୍ବ ଗୋଟେଇବାକୁ ଗାଁ ଆମ୍ବତୋଟାକୁ ଯାଇଥିଲେ। ସେଠାରେ ଗୋଠଖଣ୍ଡିଆ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ। ବନ ବିଭାଗ ଓ ପୁଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଈଁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button