Murder: ଅଭିଯୁକ୍ତ ପୁଲିସ ଏନ୍‌କାଉଣ୍ଟର୍‌ରେ ନିହତ, ବାପାଙ୍କ ସହ ୩ ଗିରଫ

୧୭ ବର୍ଷୀୟ ସୂର୍ଯ୍ୟ ଚୌହାନଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶନିବାର ବିଳମ୍ବିତ ରାତିରେ ଗାଜିଆବାଦ ପୁଲିସ ସହ ଏନକାଉଣ୍ଟରରେ ନିହତ ହୋଇଛି। ପୁଲିସ କହିବା ଅନୁସାରେ, ଅସଦ ନାମକ ଅଭିଯୁକ୍ତ ବକ୍ରିଦ୍ ଦିନ ସୂର୍ଯ୍ୟ ଚୌହାନଙ୍କୁ ହତ୍ୟା…

ଗାଜିଆବାଦ: ୧୭ ବର୍ଷୀୟ ସୂର୍ଯ୍ୟ ଚୌହାନଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶନିବାର ବିଳମ୍ବିତ ରାତିରେ ଗାଜିଆବାଦ ପୁଲିସ ସହ ଏନକାଉଣ୍ଟରରେ ନିହତ ହୋଇଛି। ପୁଲିସ କହିବା ଅନୁସାରେ, ଅସଦ ନାମକ ଅଭିଯୁକ୍ତ ବକ୍ରିଦ୍ ଦିନ ସୂର୍ଯ୍ୟ ଚୌହାନଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିଲା। ଏହି ମାମଲାରେ ଅସଦର ବାପାଙ୍କ ସହ ତିନିଜଣଙ୍କୁ ଗିରଫ କରାଯାଇଛି। ଅସଦକୁ ଧରାଇ ଦେବା ପାଇଁ ତା’ ମୁଣ୍ଡ ଉପରେ ପୁଲିସ ୫୦,୦୦୦ ଟଙ୍କର ପୁରସ୍କାର ଘୋଷଣା କରିଥିଲା।

ଗୁପ୍ତ ସୂଚନା ଆଧାରରେ ଗାଜିଆବାଦ ପୁଲିସ ଜାଣିବାକୁ ପାଇଲା ଯେ ଅସଦ ସହର ଛାଡିବା ପୂର୍ବରୁ ଜଣେ ବନ୍ଧୁଙ୍କଠାରୁ ଟଙ୍କା ସଂଗ୍ରହ କରିବାକୁ ଖୋଡ଼ା ଯିବାକୁ ଯୋଜନା କରୁଛି। ଏକ ପୁଲିସ ଟିମ୍ ଏହି ଅଞ୍ଚଳରେ ଜାଲ ବିଛାଇ ସନ୍ଦିଗ୍ଧ ମାର୍ଗ ଉପରେ ନଜର ରଖିଥିଲେ। ଅସଦ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଏକ ମୋଟରସାଇକେଲରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଥିଲା। ଯେତେବେଳେ ପୁଲିସ କର୍ମଚାରୀମାନେ ଦୁହିଁଙ୍କୁ ଅଟକାଇବାକୁ ଚେଷ୍ଟା କଲେ, ସେତେବେଳେ ଅସଦ ଦଳ ଉପରକୁ ଗୁଳି ଚଳାଇଥିଲା।

ପୁଲିସ ପାଲଟା ଗୁଳି ଚଳାଇବାରୁ ଅସଦ ଦେହରେ ବାଜିଥିଲା। ତାକୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁଳିବିନିମୟରେ ଜଣେ ପୁଲିସ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି। କନେଷ୍ଟବଳଙ୍କ ଅବସ୍ଥା ସ୍ଥିର ରହିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଅଭିଯୁକ୍ତମାନେ ବ୍ୟବହାର କରିଥିବା ମୋଟରସାଇକେଲ ଓ ଆକ୍ରମଣରେ ବ୍ୟବହୃତ ଦେଶୀ ପିସ୍ତଲ ମଧ୍ୟ ପୁଲିସ ଜବତ କରିଛି। ତେବେ ଅସଦ ସହ ଥିବା ଦ୍ୱିତୀୟ ବ୍ୟକ୍ତି ଘଟଣାସ୍ଥଳରୁ ପଳାଇ ଯିବାରେ ସଫଳ ହୋଇଥିଲା ଏବଂ ତାକୁ ଖୋଜିବା ଓ ଗିରଫ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ପରେ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅସଦର ମୃତ୍ୟୁ ଘଟିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ