ଖେଳ

PV Sindhu: ଇଣ୍ଡୋନେସିଆ ଓପନ୍‌: ୯୫୪ ଦିନ ପରେ ଶୀର୍ଷ ୧୦କୁ ଫେରିଲେ ସିନ୍ଧୁ

ଜାକର୍ତ୍ତା: ଦୁଇ ଅଲିମ୍ପିକ୍‌ ପଦକ ବିଜୟିନୀ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ସୁପର୍‌ ୧୦୦୦ ପ୍ରତିଯୋଗିତା ଇଣ୍ଡୋନେସିଆ ଓପନ୍‌ର ପ୍ରିକ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଛନ୍ତି। ଏହି ବିଜୟ ସହ ସିନ୍ଧୁ ୯୫୪ ଦିନ ପରେ ବିଶ୍ବ ମହିଳା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ତାଲିକାର ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ମହିଳା ଏକକ ମୁକାବିଲାରେ ବିଶ୍ବର ଏହି ପୂର୍ବତନ ଏକ ନମ୍ବର ଖେଳାଳି ୨୫-୨୩, ୨୧-୧୬ରେ ଥାଇଲାଣ୍ଡର ବୁସାନନ୍‌ ଓଙ୍ଗବାମ୍‌ରୁଙ୍ଗଫାନ୍‌ଙ୍କୁ ପରାସ୍ତ କରିଥିଲେ।

ଏଥିସହ ବୁସାନନ୍‌ଙ୍କ ବିପକ୍ଷରେ ସିନ୍ଧୁଙ୍କ ବିଜୟ ବ୍ୟବଧାନ ୨୧-୦ ହୋଇଛି। ଅନ୍ୟଏକ ମହିଳା ଏକକ ମ୍ୟାଚ୍‌ରେ ଭାରତୀୟ ଖେଳାଳି ମାଳବିକା ବଂଶୁଦ ୧୨-୨୧, ୧୦-୨୧ରେ ଥାଇଲାଣ୍ଡର ପର୍ଣ୍ଣପାୱି‌ ଚୋଚୁୱଙ୍ଗଙ୍କଠୁ ହାରି ବିଦାୟ ନେଇଛନ୍ତି। ପୁରୁଷ ଏକକରେ କିଦାମ୍ବି ଶ୍ରୀକାନ୍ତ ୧୯-୨୧, ୧୫-୨୧ରେ ଜାପାନର ୟୁସି ତାନାକାଙ୍କଠୁ ଏବଂ ଲକ୍ଷ୍ୟ ସେନ୍‌ ୧୬-୨୧, ୨୧-୧୬ରେ ଇଣ୍ଡୋନେସିଆର ଅଲ୍ବୀ ଫରହାନଙ୍କଠୁ ହାରିଯାଇଛନ୍ତି। ତେବେ ପୁରୁଷ ଯୁଗଳ ଯୋଡ଼ଇ ହରିହରନ ଅମସାକରୁନାନ୍‌ ଓ ଏମ୍‌ଆର୍‌ ଅର୍ଜୁନ ୨୧-୧୮, ୨୧-୧୦ରେ ମାଲେସିଆର ନୁର ମହମ୍ମଦ ଆଜ୍ରିନ୍‌ ଓ ତାନ ୱି କିଓଙ୍ଗଙ୍କୁ ହରାଇ ଆଗକୁ ବଢ଼ିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More
Back to top button