ସୁରଟ: ଗୁଜରାଟର ସୁରଟ ଜିଲ୍ଲା ବାର୍ଡୋଲି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମହାରାଷ୍ଟ୍ର ରାଜ୍ୟ ପରିବହନ ନିଗମର ଦୁଇଟି ସରକାରୀ ବସ୍ ମଧ୍ୟରେ ଭୟଙ୍କର ଧକ୍କା ହେବାପରେ ଗୋଟିଏ ବସ୍ ଜଳିଯାଇଛି। ବାର୍ଡୋଲିର ଉଭା ଗାଁ ନିକଟରେ ଅପରାହ୍ନ ୪ଟା ପରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ସୁରଟ ପୁଲିସର ସୂଚନା ଅନୁଯାୟୀ, ବସ୍ରେ ନିଆଁ ଲାଗିଯିବା ଯୋଗୁଁ ଅତିକମରେ ୬ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ଏହା ସହିତ ୨୦ରୁ ଅଧିକ ଯାତ୍ରୀ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହୃଦୟବିଦାରକ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ବାସିନ୍ଦା, ପୁଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ବସ୍ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣାର ଶିକାର ହୋଇଥିବା ଅଧିକାଂଶ ଯାତ୍ରୀ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ

