ମୁମ୍ବାଇ: ଏବର୍ଷର ଆଇପିଏଲ୍ରେ ସର୍ବାଧିକ ରନ୍ ସଂଗ୍ରହ କରି ‘ନାରଙ୍ଗୀ ଟୋପି’ ହାସଲ କରିବା ସହ ଅନ୍ୟାନ୍ୟ ୬ବର୍ଗରେ ବିଭିନ୍ନ ପ୍ରକାର ପୁରସ୍କାର ଜିତିଥିବା ଭାରତୀୟ କ୍ରିକେଟ୍ର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିଜ୍ଞାପନ ଓ ବ୍ରାଣ୍ଡ ପ୍ରଚାର ଦରକୁ ଦ୍ବିଗୁଣିତ କରିଛନ୍ତି। ଆଇପିଏଲ୍ ପୂର୍ବରୁ କଂପ୍ଲାନ ଓ ରେଡ୍ ବୁଲ୍ ଭଳି ବ୍ରାଣ୍ଡ୍ର ପ୍ରଚାର ଲାଗି ଏହି ୧୫ବର୍ଷୀୟ ବାଳକ ୧ କୋଟି ଟଙ୍କା ଲେଖାଏଁ ନେଉଥିଲେ। ଏବେ କିନ୍ତୁ ବ୍ରାଣ୍ଡ ପିଛା ପାଖାପାଖି ୨କୋଟି ନେଉଥିବା ଜଣାପଡ଼ିଛି।
ବୈଭବଙ୍କ କ୍ୟାରିୟରର ଏହି ବିଭାଗକୁ ତାଙ୍କ ମାତାପିତା ପରିଚାଳନା କରୁଛନ୍ତି। ରାଜସ୍ଥାନ ରୟାଲ୍ସ ଅଧିକାରୀମାନେ ମଧ୍ୟ ଏହି କ୍ଷେତ୍ରରେ ତାଙ୍କୁ ସହାୟତା କରୁଛନ୍ତି। ଆଇପିଏଲ୍ ଏବେ କ୍ରିକେଟ୍ ଜଗତର ସବୁଠୁ ଅଧିକ ଚର୍ଚ୍ଚିତ ତଥା ଉଦୀୟମାନ ଖେଳାଳି ହୋଇଥିଲା ବେଳେ ଆଇପିଏଲ୍ ନିଲାମକୁ ଗଲେ ତାଙ୍କୁ ୩୦ କୋଟି ଟଙ୍କାରୁ ଅଧିକ ମିଳିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତେବେ ଏଥିଲାଗି ତାଙ୍କୁ ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ହେବ। କାରଣ ରାଜସ୍ଥାନ ରୟାଲ୍ସ ସହ ତାଙ୍କର ୨୦୨୭ ଋତୁ ପାଇଁ ମଧ୍ୟ ଚୁକ୍ତି ରହିଛି।
ସୌଜନ୍ୟ ସମ୍ବାଦ

