ରାଜ୍ୟ

Dead Body Recovered: ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଘୋଡାଧାର ଗ୍ରାମର କାର୍ତ୍ତିକ ଗୁରୁଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଘୋଡାଧାର ଗ୍ରାମ ନୂଆବନ୍ଧ ପାଣି ଭିତରୁ ଉଦ୍ଧାର କରି ପୁଲିସ ଅଧିକ ତଦନ୍ତକରୁଛି ।

ପୋଖରୀରେ ଭାସୁଥିଲା ମୃତଦେହ

ସୁଚନା ଅନୁସାରେ ଗତକାଲି ଠାରୁ କାର୍ତ୍ତିକ ଗାଧୋଇବାକୁ ଯାଇ ଘରକୁ ଫେରି ନଥିଲେ। ଆଜି କିଛି ଲୋକ ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଅଗ୍ନିଶମ ବାହିନୀଙ୍କ ସହଯୋଗରେ କାର୍ତ୍ତିକଙ୍କ ମୃତଦେହକୁ ପାଣି ଭିତରୁ ଆଜି ଦିନ ୧୦ଟା ସମୟରେ ଉଦ୍ଧାର କରିଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button